ପାରଳା ସରସ୍ୱତୀ ବିଦ୍ୟା ମନ୍ଦିରରେ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସରସ୍ୱତୀ ଶିସୁ ବିଦ୍ୟା ମନ୍ଦିର ଠାରେ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ତରଫରୁ ପାରମ୍ପାରିକ ଖାଦ୍ୟର ପୃଷ୍ଟିକର ଖାଦ୍ୟର ମହତ୍ତ୍ୱ ଉପରେ ଏକ ଏକ ସଚେତନତା ମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ବିଶିଷ୍ଟ ବିଜ୍ଞାନ ଶିକ୍ଷକ ତଥା ଜିଲ୍ଲା ଏନସିଏସ୍ସିର ଶୈକ୍ଷିକ ସଂଯୋଜକ ବିନୋଦ ଚନ୍ଦ୍ର ଜେନା ଉପସ୍ଥିତ ରହି ନିଜ ବକ୍ତବ୍ୟରେ ଶିଶୁ ଭାଇଭଉଣୀଙ୍କୁ ପାରମ୍ପାରିକ ଖାଦ୍ୟର ପୃଷ୍ଟିକର ମୂଲ୍ୟର ମହତ୍ତ୍ୱ ବୁଝାଇଥିଲେ । ଏଥି ଉପଲକ୍ଷେ ବିଦ୍ୟାଳୟର ବିଜ୍ଞାନ ଆଚାର୍ଯ୍ୟା ଶ୍ରଦ୍ଧାମୟୀ ପାଢୀ ଶୁଶୁ ଭାଇଭଉଣୀଙ୍କୁ ସୁସ୍ଥ ଶରୀର ନିମନ୍ତେ ପୃଷ୍ଟିକର ଖାଦ୍ୟର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସରୋଜ କୁମାର ପଣ୍ଡା ପରିଚାଳନା କରିଥିବା ବେଳେ ବିଦ୍ୟାଳ୍ୟର ବିଜ୍ଞାନ ଆଚାର୍ଯ୍ୟ ଦେବୀ ପ୍ରସାଦ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପାଦିତ ହୋଇଥିଲା ।


