ଅଶୂରବନ୍ଧରେ ବନମହୋତ୍ସବ ପାଳିତ
ସୋରଡା, (ରଜନୀ ମହାପାତ୍ର): ସୋରଡା ବନବିଭାଗ ଅନ୍ତର୍ଗତ ଅସୁରବନ୍ଧ ବନାଞ୍ଚଳ ର ପିପଳପଙ୍କା ରିଜର୍ଭ ଫରେଷ୍ଟ ର ସାହନଗଣ୍ଡା ଗ୍ରାମ ରେ ବୃକ୍ଷରୋପଣ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ସୋରଡା ବ୍ଲକ ଉପାଧକ୍ଷ ବିକଳ ବେହେରା, ସୋରଡା ବନାଞ୍ଚଳ ଅଧିକାରୀ ଲମ୍ବୋଦର ବାସ୍କେ , ଅଶୂରବନ୍ଧ ବନପାଳ ଭଗବାନ ବିଶୋୟୀ, ଫରେଷ୍ଟ ଗାର୍ଡ ଦିଲ୍ଲୀପ କୁମାର ମଲିକ, ଏନ ଜି॰ଓ ଲିପିକା, ସାହନଗଣ୍ଡା ଭି ଏସ ଏସ ର ସଭାପତି, ଉପସଭାପତି, କୋଷଧକ୍ଷ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ। ପ୍ରତେକ ଗ୍ରାମବାସୀଙ୍କୁ ୫ ଟି ଲେଖାଏଁ ଗଛ ଲଗାଇବା ପାଇଁ ପ୍ରେରଣା ଦିଆଯିବ ସହ ଚଳିତ କୋରୋନା ସଂକ୍ରମଣ ଋ କିପରି ନିଜକୁ ସୁରକ୍ଷିତ ରଖିବା ସେଥିପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଇଥିଲା।


