ସୋରଡା ଏନଏସିରେ ଆଜି ୩ ପଜିଟିଭ ଚିହ୍ନଟ, ପୁଣି ଜଣେ ଔଷଧ ବ୍ୟବସାୟୀ ଆକ୍ରାନ୍ତ

ସୋରଡା,(ରଜନୀ ମହାପାତ୍ର): ଗଞ୍ଜାମ ଜିଲ୍ଲା ରେ ଯେପରି କୋରୋନା ସଂକ୍ରମଣ ବଢିବାରେ ଲାଗିଲାଣି ସେହିପରି ଜିଲ୍ଲା ଅନ୍ତର୍ଗତ ସମସ୍ତ ବ୍ଲକ ଓ ଏନ ଏ ସି ପରିସ୍ଥିତି ବର୍ତମାନ ଗମ୍ଭୀର। ଚାରିଆଡେ ମାଡି ଗଲାଣି କୋରୋନା। ଗଞ୍ଜାମ ଜିଲ୍ଲାପାଳ ଙ୍କ ଟ୍ବିଟର ସୂଚନା ପ୍ରକାରେ ସୋରଡା ବଳ୍କ ଓ ଏନ ଏ ସି ରେ ମୋଟ ସଂକ୍ରମଣ ଙ୍କ ସଂଖ୍ୟା ମାତ୍ର ୨୮ ରେ ଥିଲା । ବର୍ତମାନ ଜିଲ୍ଲାପାଳ ଜୁଲାଇ ୦୪ ତାରିଖରେ ଜିଲ୍ଲା ରେ ୧୧୫ ଆକ୍ରାନ୍ତ ଙ୍କ ସଂଖ୍ୟା ଙ୍କ ମଧ୍ୟ ରେ ସୋରଡା ରେ ୦୨ ଜଣ ଥିବା ସୂଚନା ଥିଲା ଏବେ ପୁଣି ଜୁଲାଇ ୦୫ ତାରିଖ ସୂଚନା ପ୍ରକାରେ ସୋରଡା ରେ ପୁଣି ୧୦ ଜଣ ନୂଆ ସଂକ୍ରମିତ ଥିବା ସୂଚନା ମିଳିଛି। ଏହି ସଂଖ୍ୟା ପହଞ୍ଚିଛି ସରକାରୀ ଭାବେ ୪୦। ଓଡିଶା ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଗତ ୦୩ ତାରିଖରେ ଗଞ୍ଜାମ ରେ ୨୧୬ ଆକ୍ରାନ୍ତ ଥିବା ସୂଚନା ଦେଇଥିବା ବେଳେ ଏହି ସୂଚନା ଗଞ୍ଜାମ ଜିଲ୍ଲାପାଳ ଟ୍ବିଟ ଯୋଗେ ସୂଚନା ଦେଇ ନାହାନ୍ତି। ସୂଚନା ଥିଲେ ବୋଧେ ଏହି ସଂଖ୍ୟା ଆହୁରି ଅଧିକ ହେଇଥାନ୍ତା। ସୋରଡା ରେ ଗତ ଦୁଇ ଦିନ ତଳେ ଗୋଟିଏ ପରିବାର ର ୫ ଜଣ ସଂକ୍ରମିତ ଥିବା ଜଣାପଡିଥିଲା। ସେମାନକୁ କୋବିଡ ହସ୍ପିଟାଲ ମଧ୍ୟ ପଠାଯାଇଛି। ସୋରଡା କଣ୍ଟେନମେଣ୍ଟ ଜୋନ ରେ ଜଣେ ପୁରୁଣା ଔଷଧ ଦୋକାନୀ ଙ୍କ ପରିବାର ବୋଲି ଖବର ମିଳିଥିଲା। ଯାହାଫଳରେ ଏହି ସଂଖ୍ୟା ୮ ରେ ପହଞ୍ଚିଥିଲା। ପୂର୍ବ ରୁ ଦୁଇ ଜଣ ଏହି ଅଞ୍ଚଳରୁ ବାହାରିଥିବାବେଳେ ଆଉ ୦୧ ଜଣ ସାରୁଆ ସାହି ରୁ ଚିହ୍ନଟ ଥିଲେ। ବର୍ତମାନ ପୁଣି ୦୩ ଜଣ ଚିହ୍ନଟ ହେଇଥିବା ବେଳେ ସାନ ସୋରଡା ରୁ ୦୧ ଜଣ ରହିଛନ୍ତି। ବର୍ତମାନ ସୋରଡା ସଂଖ୍ୟା ୧୧ ରେ ପହଞ୍ଚିଛି। ବର୍ତମାନ ଜିଲ୍ଲା ରେ ଆଉ ୧୬୬ ଆକ୍ରାନ୍ତ ଙ୍କ ସୂଚନା ମିଳିଥିବା ବେଳେ ସୋରଡା ରେ ୧୦ ରହିଛନ୍ତି। ଏମାନଙ୍କ ମଧ୍ୟ ରେ ସହର ର ଆକ୍ରାନ୍ତ ଙ୍କ ତଥ୍ୟ ରହିଛି କି ନାହି ତାହା ପ୍ରଶାସନ ହିଁ କହିପାରିବା। ସୋରଡା ରେ ବର୍ତମାନ ଆକ୍ରାନ୍ତ ଙ୍କ ମଧ୍ୟ ରେ ପୁଣି ଜଣେ ଔଷଧ ବ୍ୟବସାୟୀ ଅଛନ୍ତି। ଯାହା ଫଳରେ ଏବେ ଚିନ୍ତା ବଢିବାରେ ଲାଗିଛି। ପ୍ରଥମେ କୋରୋନା ଆକ୍ରାନ୍ତ ଙ୍କ ମଧ୍ୟ ରେ ଜଣେ ଔଷଧ ବ୍ୟବସାୟୀ ଥିବା ବେଳେ ଏବେ ଆଉ ଜଣେ। ବହୁଳପରିମାଣ ରେ ଏଠାରୁ ଲୋକେ ଔଷଧ କିଣିଥାନ୍ତି। ଏବେ ସମସ୍ତଙ୍କୁ ଧରିବା କଷ୍ଟ। ଅନ୍ୟମଙ୍କ ମଧ୍ୟରେ ଜଣେ ଜଣାଶୁଣା ଲୁଗା ବ୍ୟବାୟୀ ଅଛନ୍ତି। ସୋରଡା ର ଗ୍ରାମାଞ୍ଚଳ ର ଅଧିକ ପରିମାଣ ରେ ଲୋକେ ଏଠାକୁ ଆସିଥାନ୍ତି। ବ୍ୟବସାୟୀ ଜଣଙ୍କ ଲକଡାଉନ ସମୟରେ କବାଟ ପକେଇ ଭିତରେ ଗହଳି କରି ବେପାର କରୁଥିବା ମଧ୍ୟ ପୂର୍ବ ଦେଖିବାକୁ ମିଳିଥିଲା। ଅନ୍ୟଜଣେ ଆକ୍ରାନ୍ତ ଙ୍କ ମଧ୍ୟ ରେ ଜଣେ ଯୁବକ ରହିଥିବା ବେଳେ ଆଉ ଜଣେ ବ୍ୟବସାୟୀ ମଧ୍ୟ ସୋରଡା ବଡଦାଣ୍ଡ ର ଅଟନ୍ତି ଯିଏ ସାନସୋରଡା ରେ ରୁହନ୍ତି। ବର୍ତମାନ ସୋରଡା ଏନ ଏ ସି ରେ ସଂକ୍ରମିତ ଙ୍କ ସଂଖ୍ୟା ବଢିଥିବା ବେଳେ ଏବେ ଆହୁରି ଅନେକ ଟେଷ୍ଟିଙ୍ଗ ରେ ରହିଛନ୍ତି। ସବୁଠାରୁ ଗୁରୁତ୍ଵ ହେଲା ସୋରଡା ରେ ଔଷଧ ବ୍ୟବସାୟୀ ମାନେ ଆକ୍ରାନ୍ତ ହେବାରେ ଲାଗିଲେଣି। ଡି ଆଇ ଏଥିପ୍ରତି ସ୍ଵତନ୍ତ୍ର ଧ୍ୟାନ ଦେବା ସହ ବହୁବିଧ ଔଷଧ ରଖିଥିବା ବ୍ୟବସାୟୀ ଙ୍କୁ ଅନୁମତି ଦେଇ ଲୋକ ଙ୍କ ସବିଶେଷ ତଥ୍ୟ ରଖିବା ବ୍ୟବସ୍ଥା କଲେ କିଛି ପରିମାଣ ରେ ଏହି ସଂକ୍ରମଣ କୁ ରୋକା ଯାଇ ପାରିବ ଏବଂ ଶୀଘ୍ର ଲୋକଙ୍କ ଟ୍ରାଭେଲ ହିଷ୍ଟ୍ରି ଜଣାପଡିବ। ବର୍ତମାନ ସୋରଡା ରେ ସଂକ୍ରମଣ ସଂଖ୍ୟା ୪୦ ରେ ପହଞ୍ଚିଥିବା ବେଳେ ସୋରଡା ଏନ ଏ ସି ରେ ଏହି ସଂଖ୍ୟା ୧୧ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ