ଅଷ୍ଟ ପ୍ରହରୀ ନାମ ସଂକୀର୍ତ୍ତନ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :ଭଣ୍ଡାରିପୋଖରୀ ବ୍ଲକ ରହଣିଆ ପଞ୍ଚାୟତ ରାଢୋ ଠାରେ ସର୍ବ ପୁରାତନ ଅଷ୍ଟପ୍ରହରୀ ହରିନାମ ସଂକୀର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ନିୟମିତ ଗୋସେଇଁଙ୍କ ଦ୍ୱାରା ବୈଦିକ ବିଧି ଅନୁଯାୟୀ ସ୍ଥାନୀୟ ହନୁମାନ ପୋଖରୀରେ ଘଟ ଉତ୍ତୋଳନ ହେବା ସହିତ କୀର୍ତ୍ତନ ମଣ୍ଡପରେ ଅଧିଭାସ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ମୁଖ୍ୟ କର୍ତ୍ତା ଯଯାତି ସାମଲଙ୍କ ସହିତ ସହଯୋଗୀ ଭାବେ ଜୟୀରାମ ଲେଙ୍କା, କାଶୀନାଥ ସାମଲ, ସତ୍ୟବ୍ରତ ଶଙ୍ଖୁଆ, କାଠିଆ ସାମଲ, ବିଦ୍ୟାଧର ସାମଲ ପ୍ରମୁଖ ମଣ୍ଡପରେ ଉପସ୍ଥିତ ରହି ଗୁରୁ ମନ୍ତ୍ର ଜପ ସହିତ ଅଷ୍ଟ ପ୍ରହରୀ ପାଇଁ ନାମ ଶୁଭାରମ୍ଭ କରିଥିଲେ। ଏଥିରେ ସ୍ଥାନୀୟ ଚନ୍ଦ୍ରଭାନୁପୁର, ବୟା, ମାଳଦା ପ୍ରମୁଖ ଗ୍ରାମର ସଂକୀର୍ତ୍ତନ ମଣ୍ଡଳୀ ଯୋଗଦେଇ ହରିନାମ ପରିବେଷଣ କରିଥିଲେ । ଗ୍ରାମର ସମସ୍ତ ଗୃହ କର୍ତ୍ତାଙ୍କ ସମେତ ଆବାଳ ବୃଦ୍ଧ ବନିତା ହରିନାମ ପିପାସୁ ଉତ୍ସବରେ ଯୋଗଦେଇ ଥିଲେ। କାର୍ଯ୍ୟକ୍ରମକୁ ପୁର୍ଣ୍ଣଚନ୍ଦ୍ର ସାମଲ, ଗୌରାଙ୍ଗ ସାମଲ, ମାୟାଧର ଲେଙ୍କା, ମାନସ ଲେଙ୍କା, ବୈରାଗୀ ଶଙ୍ଖୁଆ, ରତ୍ନାକର ଶଙ୍ଖୁଆ, ଶମ୍ଭୁନାଥ ଶଙ୍ଖୁଆ, ବଳରାମ ସାମଲ, ରାଜେଶ ନାୟକ, ବିଜୟ ସାମଲ, ପ୍ରମୁଖ ପରିଚାଳନା କରିଥିଲେ ।


