କେନ୍ଦ୍ରାପଡା ବ୍ଲକରେ ଯୋଗଦେଲେ ନବ ନିର୍ବାଚିତ ଅଧ୍ୟକ୍ଷା
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡା ପଞ୍ଚାୟତ ସମିତିର ନବ ନିର୍ବାଚିତ ଅଧ୍ୟକ୍ଷା ରଶ୍ମୀତା ସେଠୀ ବୁଧବାର ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଅବସରରେ ନୂତନ ଅଧ୍ୟକ୍ଷାଙ୍କୁ ବିଡିଓ ବନ୍ଦନା ଖଟୁଆ, ସିଡିପିଓ କବିତା ନାୟକ, ଅତିରିକ୍ତ ବିଡିଓ ଅନିରୁଦ୍ଧ ବେହେରାଙ୍କ ସମେତ ସମସ୍ତ ନବ ନିର୍ବାଚିତ ସରପଞ୍ଚ, ସମିତି ସଭ୍ୟ ଓ ବ୍ଲକ କର୍ମଚାରୀମାନେ ପୁଷ୍ପଗୁଛ ପ୍ରଦାନ କରି ଶୁଭେଛା ଜଣାଇଥିଲେ । ଏହି ସମୟରେ କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରା, ଜିଲ୍ଲା ପରିଷଦ ସଭାପତି ଗୀତାଞ୍ଜଳି ସେଠୀ, ଜିଲ୍ଲା ବିଜେଡି ସଭାପତି ଉତ୍କଳ କେଶରୀ ପରିଡା, ୬ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟା ନିର୍ମଳା ମହାନ୍ତି, ୮ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ରଶ୍ମୀରଞ୍ଜନ ରାଉତ, ୫ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟା ଲିଲିତା ଦାସ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତି , ଶିବ ପ୍ରସାଦ ଭଳ ପ୍ରମୁଖ ସେଠାରେ ପହଞ୍ଚି ନୂତନ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସେଠୀଙ୍କୁ ଶୁଭେଛା ଓ ଅଭିନନ୍ଦନ ଜଣାଇଥିଲେ । ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସେଠୀ ଏହି ଅବସରରେ କହିଛନ୍ତି ଯେ ସେ ବ୍ଲକର ୨୭ଟି ପଞ୍ଚାୟତର ନିର୍ବାଚିତ ସରପଞ୍ଚ ଓ ସମିତିସଭ୍ୟମାନଙ୍କୁ ସାଙ୍ଗରେ ନେଇ ବ୍ଲକର ବିକାଶ କାର୍ଯ୍ୟ କରିବି ।


