ଚୋରି ହୋଇଥିବା ଦୁଇଟିଯାକ ବୁଲେଟ ଉଦ୍ଧାର
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ନନ୍ଦିପଦା ଥାନା ଏଲକଣା ଓ ମରୈଗାଁ ବଜାରରୁ ଚୋରି ଯାଇଥିବା ଦୁଇଟିଯାକ ବୁଲେଟ ମୋଟରସାଇକେଲକୁ ଉଦ୍ଧାର କରାଯାଇଛି । ଗତ ୪ଦିନ ତଳେ ଘଟଗାଁ ମନ୍ଦିର ପରିସରରୁ ଏକ ବାଇକ ଚୋରି ଘଟଣାରେ ଘଟଗାଁ ପୁଲିସ ବେତିରା ଗ୍ରାମର ଅରବିନ୍ଦ ଓଝା ଓରଫ ବାପିକୁ ନନ୍ଦିପଦା ପୁଲିସ ଆଣି ପଚରା ଉଚୁରା କରିବାପରେ ସେ ବୁଲେଟ ମୋଟର ସାଇକେଲ ଗୁଡିକୁ ଚୋରୀ କରି ବିକ୍ରୀ କରିଥିବା ସ୍ୱୀକାର କରିବାପରେ ଦୁଇଟିଯାକ ବୁଲେଟକୁ ପୁଲିସ ଉଦ୍ଧାର କରିଥିବା ସୁଚନା ମିଳିଛି । ଏଠାରେ ସୁଚନାଯୋଗ୍ୟ ଯେ ଗତ ମେ ମାସରେ ଏଲକଣା ଗ୍ରାମର ପୁର୍ଣ୍ଣଚନ୍ଦ୍ର ରାଉତଙ୍କ ଘର ଗେଟର ତାଲାଭାଙ୍ଗି ତାଙ୍କ ବୁଲେଟ ମୋଟର ସାଇକେଲକୁ କେହି ଦୁର୍ବୁତ ଚୋରି କରିନେଇଥିବା ନନ୍ଦିପଦା ଥାନାରେ ଅଭିଯୋଗ ହୋଇଥିଲା । ସେହିପରି ଗତ ମେ ମାସ ୨୯ତାରିଖ ବିଳମ୍ବିତ ରାତିରେ ପନ୍ଦାଡୋ ଗ୍ରାମର ୍ରକ୍ଷୟ ଦେବତାଙ୍କ ମୋଟର ସାଇକେଲଟିକୁ ମରୈଗାଁ ଛକରୁ ଦୁର୍ବୁତମାନେ ଲୁଟି ନେଇଥିଲେ । ସେ ବୁଲେଟଟିକୁ ନିଜ ଗ୍ୟାରେଜରେ ରଖିଥିବାବେଳେ ତାରବାଡ ଘେରା କାଟି ବୁଲେଟଟିକୁ ନେଇ ଯାଇଥିବା ଅକ୍ଷୟ ନନ୍ଦିପଦା ଥାନାରେ ଅଭିଯୋଗ କରିଥିଲେ । ସେହିପରି ଏହି ଅଞ୍ଚଳରେ ଘଟିଥିବା ଅନେକ ଚୋରୀରେ ଅରବିନ୍ଦ ସାମିଲ ଥିବା ପୁଲିସ ପଚରା ଉଚୁରାରେ ଜାଣିବାକୁ ପାଇଛି । ଘୁଆଳଗଡିଆ ଗ୍ରାମରୁ ହୋଇଥିବା ବୋଲେରୋ ଚୋରି ଘଟଣାରେ ଅରବିନ୍ଦ ଓ ତାର ସାଥିମାନେ ସଂପୃକ୍ତି ଥିବା ଅନୁମାନ କରାଯାଉଛି । ପୁଲିସ ଅରବିନ୍ଦକୁ ରିମାଣ୍ଡରେ ଆଣି ପଚରା ଉଚୁରା କଲେ ଅନେକ ଚୋରୀର ରହସ୍ୟ ଉନ୍ମୋଚନ ହୋଇପାରନ୍ତା ବୋଲି ଆଲୋଚନା ହେଉଛି ।


