ଅସହାୟ ଝିଅର ବିବାହ ନିମନ୍ତେ ସହାୟତାର ହାତ ବଢାଇଲା ଯଶୋନ୍ଦା ଫାଉଣ୍ଡେସନ
ଛତ୍ରପୁର, (ଦେବଦତ୍ତ ମହାରଣା) :-ଜଣେ ଅସହାୟ ଝିଅର ବିବାହ ପାଇଁ ସହାୟତାର ହାତ ବଢାଇଛନ୍ତି ଛତ୍ରପୁର ର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଯଶୋଦା ଫାଉଣ୍ଡେସନ୍ । ମାଟିଖାଲ ସ୍ଥିତ ସରୋଜିନୀ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ମା ମାନଙ୍କ ଅନୁରୋଧ କ୍ରମେ ଫାଉଣ୍ଡେସନ ପକ୍ଷରୁ ଗ୍ରାମର ଜଣେ ଅସହାୟ ଝିଅକୁ ବିବାହ ନିମନ୍ତେ ଆଲମିରା ସମେତ ବିଭିନ୍ନ ସାମଗ୍ରୀ ପ୍ରଦାନ କରାଯାଇଛି । ଏହି ପରିପ୍ରେକ୍ଷୀରେ ସୋମବାର ଫାଉଣ୍ଡେସନ ର ନିଜସ୍ୱ କାର୍ଯ୍ୟାଳୟ ପରିସରରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ମା ମାନଙ୍କ ଉପସ୍ଥିତିରେ ଏହି ସାମଗ୍ରୀ ପ୍ରଦାନ ଝିଅଙ୍କୁ କରାଯାଇଛି । ଯଶୋନ୍ଦା ଫାଉଣ୍ଡେସନର ଟ୍ରଷ୍ଟି ସାଗରିକା ପଣ୍ଡା ପୈାରହିତ୍ୟାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଅଶୋକ ଚୈାଧୂରୀ, ୯ନଂ ୱାର୍ଡର କାଉନସିଲର ପ୍ରତିଛନ୍ଦା ସାମଲ , ସ୍ୱାଭିମାନ ସ୍ୱେଚ୍ଛାସେବୀ ସଂଗଠନର ସଭାପତି ପ୍ରଶାନ୍ତ କୁମାର ମହାରଣା ପ୍ରମୁଖ ଅତିଥୀ ଭାବେ ଯୋଗଦେଇଥିଲେ । ଫାଉଣ୍ଡେସନର ଏପରି କାର୍ଯ୍ୟକୁ ସାଧାରଣାରେ ପ୍ରଶାଂସା କରାଯାଇଛି । ସମସ୍ତ କାର୍ଯ୍ୟକ୍ରମକୁ ଫାଉଣ୍ଡରସନର ସୁଦେଷ୍ଣା ଓ ପୁଷ୍ପାଞ୍ଜଳି ସାହୁ ପରିଚାଳନାରେ ସହଯୋଗ କରିଥିଲେ ।


