ବାଲୁଙ୍କେଶ୍ୱର ବିଦ୍ୟାପୀଠରେ ମୋ ସ୍କୁଲ୍ ଅଭିଯାନର ବୈଠକ

ବୟାଳିଶମୌଜା, (ଯୁଗାବ୍ଦ ନ୍ୟୁଜ) : କଟକସଦର ୪୨ମୌଜାର ସୁନାମଧନ୍ୟ ବାଲୁଙ୍କେଶ୍ୱର ବିଦ୍ୟାପୀଠ, ଦେଉଳିର ପୁରାତନ ଛାତ୍ରଛାତ୍ରୀମାନଙ୍କୁ ନେଇ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ସୁଲୋଚନା ଦାଶଙ୍କ ଆବାହକତ୍ୱରେ ମୋ ସ୍କୁଲ୍ ଅଭିଯାନର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଭାପତିତ୍ୱ କରିଥିଲେ ଶ୍ରୀମତୀ ଦାଶ । ମୋ ସ୍କୁଲ୍ ଅଭିଯାନର ଆଭିମୁଖ୍ୟ ବିଷୟରେ ଆଲୋଚନା କରି ସବୁ ପୁରାତନ ଛାତ୍ରଛାତ୍ରୀମାନେ ଏଥିରେ ସାମିଲ ହୋଇ ସମସ୍ତେ ବିଦ୍ୟାଳୟର ଉନ୍ନତି ନିମନ୍ତେ ଆର୍ଥିକ ସହଯୋଗ କରିବା ନିମନ୍ତେ ନିବେଦନ କରିଥିଲେ । ବାଲୁଙ୍କେଶ୍ୱର ବିଦ୍ୟାପୀଠ ସ୍ମାର୍ଟସ୍କୁଲ ଅର୍ନ୍ତଭୂକ୍ତ ହୋଇଥିବାରୁ ସମସ୍ତ ପୁରାତନ ଛାତ୍ରଛାତ୍ରୀମାନେ କରତାଳି ମାଧ୍ୟମରେ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ବିଦ୍ୟାଳୟର ଆରମ୍ଭରୁ ଆଜି ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଯୋଗାଯୋଗ କରି ତାଙ୍କୁ ମୋ ସ୍କୁଲ ଅଭିଯାନରେ ସାମିଲ କରିବାକୁ ପୁରାତନ ଛାତ୍ର ରତ୍ନାକର ପ୍ରଧାନ, ହେମନ୍ତ କୁମାର ନାୟକ, ରବିନ୍ଦ୍ର ମହାନ୍ତି, ରମେଶ ଚନ୍ଦ୍ର ପତି, ଜୟକୃଷ୍ଣ ନାୟକ ମତ ପ୍ରକାଶ କରିଥିଲେ । ବିଦ୍ୟାଳୟର ପୁରାତନ ଛାତ୍ର ବର୍ତମାନର ପ୍ରଶାସନିକ ଅଧିକାର ତଥା ଜିଲ୍ଲାପାଳ ତ୍ରିଲୋଚନ ମାଝି ସ୍ମାର୍ଟ ସ୍କୁଲ୍ କିପରି କାର୍ଯ୍ୟ କରିବ, ସେ କାର୍ଯ୍ୟକ୍ରମକୁ ସଠିକ୍ ମାର୍ଗରେ ହେବା ପାଇଁ ଦୃଷ୍ଟି ଦେବା ସହିତ ଉତମ କାର୍ଯ୍ୟ ପାଇଁ ଏକ ତଦାରଖ କମିଟି ଗଠନ କରିବାକୁ ପରାର୍ମଶ ଦେଇଥିଲେ । ବିଦ୍ୟାଳୟର ଏସ୍‌.ଏମ୍‌.ସି.ର ଅଧ୍ୟକ୍ଷ ଶିତିକଣ୍ଠ ବାରିକ, ପୁରାତନ ଛାତ୍ର ସନ୍ତୋଷ କୁମାର ପତି, ମିହିର ରଂଜନ ପତି, ବିଜୟଭୂଷଣ ପତି, ପୂର୍ବତନ ବ୍ଲକ୍ ଉପାଧ୍ୟକ୍ଷ ତଥା ବିଧାୟକଙ୍କ ପ୍ରତିନିଧି ବିଭୂତି ଭୂଷଣ ପରିଡା, ସମିତିସଭ୍ୟା ପିଙ୍କି ଭୋଇ, ଜୟନ୍ତୀ ପତି, ପ୍ରମୋଦ ପତି, ବିରଜା ଭୂଷଣ ପତି, ପୂର୍ବତନ ଏସ୍‌ଏମ୍‌ସି ଅଧ୍ୟକ୍ଷ ବିଭୂତି ରଂଜନ ନାୟକ, ବିପ୍ର ବାରିକ, ବିନୟ ମହାପାତ୍ର, କ୍ଷିରୋଦ କୁମାର ଦୀକ୍ଷୀତ, ଆଲୋକ ପତି, ମନୋଜ କୁମାର ମହାନ୍ତି ପ୍ରମୁଖ ଯୋଗଦାନ କରିଥିବା ବେଳେ, ଆସନ୍ତା ସଭାକୁ ଯେଉଁମାନେ ଆସିନାହାନ୍ତି ସେହି ଛାତ୍ରଛାତ୍ରୀମାନଙ୍କୁ ଯୋଗାଯୋଗ କରି ମୋ ସ୍କୁଲ୍ ଅଭିଯାନରେ ସାମିଲ କରିବା ପାଇଁ ନିଷ୍ପତି ନିଆଯାଇଥିଲା । ପ୍ରାରମ୍ଭରେ ସ୍କୁଲ୍ ସ୍ପାଉଟ୍ ଆଣ୍ଡ ଗାଇଡ୍ ତରଫରୁ ପୁରାତନ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା । ବିଦ୍ୟାଳୟର ସମସ୍ତ ଶିକ୍ଷକ , ଶିକ୍ଷୟତ୍ରୀ ଓ କର୍ମକର୍ତାମାନେ ଉପସ୍ଥିତ ରହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ