ଆଇଏସ୍ ଆତଙ୍କବାଦୀଙ୍କ ଟାର୍ଗେଟ୍ରେ ଥିଲେ
ଲକ୍ଷେ୍ନø: ହିନ୍ଦୁ ମହାସଭା ପୂର୍ବତନ ଅଧ୍ୟକ୍ଷ କମଳେଶ ଙ୍କୁ ହତ୍ୟା କରିବାକୁ ଆଇଏସ୍ ଆତଙ୍କବାଦୀମାନେ ଟାର୍ଗେଟ୍ କରିଥିଲେ । ୨୦୧୭ ମସିହାରେ ଗୁଜରାଟ ଏଟିଏସ୍ ଦ୍ୱାରା ଗିରଫ ହୋଇଥିବା ଉବେଦ୍ ଏବଂ କ୍ୱାସିମକୁ ଜେରା ସମୟରେ ସେମାନେ କହିଥିଲେ ଯେ କମଳେଶ ତିୱାରୀଙ୍କୁ ହତ୍ୟା କରିବାପାଇଁ ସେମାନଙ୍କୁ ନିର୍ଦ୍ଦେଶ ମିଳିଥିଲା । ଗୁଜରାଟ ଏଟିଏସ ଦ୍ୱାରା ଦାଖଲ ହୋଇଥିବା ଏକ ଚାର୍ଜସିଟ୍ରୁ ମଧ୍ୟ ଜଣାପଡ଼ିଥିଲା ଯେ କମଳେଶ ତିୱାରୀଙ୍କୁ ହତ୍ୟା କରିବାପାଇଁ ବଡ଼ ଷଡ଼ଯନ୍ତ୍ର ହୋଇଥିଲା । ବିଭିନ୍ନ ଗୁଇନ୍ଦା ରିପୋର୍ଟକୁ ଆଧାର କରି ସରକାର କମଳେଶଙ୍କୁ ସୁରକ୍ଷା ଯୋଗାଇ ଦେଇଥିଲେ ।


