ଦମଦାର ଆକ୍ସନ ଓ ଡାଇଲଗ୍ ର ପ୍ୟାକେଜ ସନ୍ନି ଦେଓଲ
(ଯୁଗାବ୍ଦ ନ୍ୟୁଜ )ବଲିଉଡ ର ସୁପରଷ୍ଟାର ସନ୍ନି ଦେଓଲ ଙ୍କ ଆଜି ୬୨ ତମ ଜନ୍ମ ଦିନ । ଦମଦାର ଡାଇଲଗ୍ ଓ ଆକ୍ସନ ପାଇଁ ବଲିଉଡ୍ରେ ବେଶ ଚର୍ଚ୍ଚିତ ସନ୍ନି ଦେଓଲ। ସେ ହେଉଛନ୍ତି ୮୦ ଦଶକର ସୁପରଷ୍ଟାର ଧର୍ମେନ୍ଦ୍ରଙ୍କ ପୁଅ।। ସନ୍ନି ଦେଓଲ ନିଜ କ୍ୟାରିୟର ୧୯୮୩ ମସିହା ‘ବେତାବ ‘ ଫିଲ୍ମ ମାଧ୍ୟମରେ ଆରମ୍ଭ କରିଥିଲେ। ଫିଲ୍ମଟି ବକ୍ସ ଅଫିସ୍ରେ ସପୁର ହିଟ୍ ହୋଇଥିଲା। ସେବେଠୁ ସନ୍ନି ଦେଓଲ ଆଉ ପଛକୁ ଫେରି ନାହାନ୍ତି।ଏହାପରେ ସେ ‘ଘାୟଲ ‘, ‘ଦାମିନୀ\’, ‘ଡର ‘, ବର୍ଡର ‘, ‘ଗଦର ‘, ‘ଦ ହିରୋ ‘ ଭଳି ଅନେକ ହିଟ୍ ଫିଲ୍ମ କରିଛନ୍ତି। ୩୦ ବର୍ଷ ଫିଲ୍ମ କ୍ୟାରିୟର ମଧ୍ୟରେ ସେ ୨ ଥର ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ମଧ୍ୟ ପାଇଛନ୍ତି ।


