ଆଇପିଏଲ ବ୍ୟାଟିଂ ରାକେଟ : ତିନି ଗିରଫ

ଗଂଜାମ, (ବିନୋଦ ପଲାଇ) :-ଗଞ୍ଜାମ ବ୍ଲକ ଅଞ୍ଚଳରେ ଦୀର୍ଘ ଦିନ ଧରି ଆଇପିଏଲ କ୍ରିକେଟ ବ୍ୟାଟିଂ ଚାଲିଥିବା ବେଳେ ଏହା ଉପରେ କଡା ନଜର ରଖିଥିଲା ରମ୍ଭା ପୋଲିସ । ଗତ କାଲି ରାତ୍ରିରେ ଡିଆଁଡେଇଁ ଗ୍ରାମର ବାବା ଜଗଦିଶ୍ୱର ମନ୍ଦିର ପ୍ରାଙ୍ଗଣରେ ବେଆଇନ ଆପିଏଲ କ୍ରିକେଟ ବ୍ୟାଟିଂ ଚାଲିଥିବା ନେଇ କୌଣସି ସୂତ୍ରରୁ ପୋଲିସ ଖବର ପାଇବା ପରେ ରମ୍ଭା ଆଇଆଇସି ଦୀପ୍ତିରଞ୍ଜନ ବେହେରାଙ୍କ ତତ୍ତ୍ୱାବଧାନରେ ଏସ.ଆଇ ବିମଳ କୁମାର କାହ୍ନାର ଏକ ଟିମ ପହଞ୍ଚି ଅତର୍କିତ ଭାବେ ଚଢ଼ାଉ କରିଥିଲେ । ଘଟଣାସ୍ଥଳ ରୁ ନଗଦ ୪୦,୦୦୦ ଟଙ୍କା ଓ ଚାରି ଦାମି ମୋବାଇଲ ଫୋନ ଜବତ କରିବା ସହ ତିନି ଜଣଙ୍କୁ ଗିରିଫ କରିଥିଲେ । ସେମାନେ ଏଚ.ବୁରୁଡ଼ି ଗ୍ରାମର କାହ୍ନୁ ଚରଣ ନାହାକ ଓରଫ କାଳିଆ (୩୨), ଡିଆଁଡେଇଁ ଗ୍ରାମର ପୃଥିବୀରାଜ ଦଳେଇ(୩୭) ଓ ଶ୍ରବଣ କୁମାର ଦାସ(୩୨) । ସେମାନଙ୍କ ନାମରେ କେଶ ନଂ- ୧୬୬/୨୨ ମାମଲା ରୁଜ୍ଜୁ ହୋଇଥିବା ବେଳେ ୧୮୬୦ ଆପିସି ଆକ୍ଟ ସେକ୍ସନ ୨୯୪-ଏ,୪୨୦,୧୨୦-ବି,୩୪,ବେନିଙ୍ଗ ଆକ୍ଟ ୧୯୭୮(ପ୍ରାଇଜ ଚିଟସ ଏଣ୍ଡ ମନି ସାରକୁଲେସନ ସ୍କିମ ) ସେକ୍ସନ ୪ ଓ ୫ ଲାଗି ଥିବା ଆଇଆଇସି ବେହେରା ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ