ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କ ବିୟୋଗରେ ଶୋକ

ବାଲେଶ୍ୱର, (ସରୋଜ ପଣ୍ଡା) :-‘ଯୁଗଶ୍ରୀ ଯୁଗନାରୀ’ ପକ୍ଷରୁ ଓଡ଼ିଶାର ବରପୁତ୍ରୀ ବୀଣାପାଣି ମହାନ୍ତି (ପଦ୍ମଶ୍ରୀ)ଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠାନର ସଂପାଦିକା ମମତା ମହାପାତ୍ରଙ୍କ ସଭାପତିତ୍ୱରେ ନେଳିଆବାଗସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ‘ଯୁଗଶ୍ରୀ ଯୁଗନାରୀ’ ପତ୍ରିକାର ଉପଦେଷ୍ଟା ଭାବେ ଲେଖିକା ବୀଣାପାଣି ମହାନ୍ତିଙ୍କର ଏହି ପରିବାର ସହ ନିବିଡ଼ ସମ୍ପର୍କ ଉପରେ ଆଲୋକପାତ କରିଥିଲେ । ସଭା ପ୍ରାରମ୍ଭରେ ଦିବଂଗତ ଆତ୍ମା ପାଇଁ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ‘ଫକୀରମୋହନ ସାହିତ୍ୟ ପରିଷଦ’ର ସଭାପତି ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀ ଏଥିରେ ଯୋଗଦେଇ ୫ଶହରୁ ଉର୍ଦ୍ଧ୍ୱ ଗଳ୍ପ ଲେଖିଥିବା ବୀଣାପାଣି ମହାନ୍ତିଙ୍କ ଲେଖାରେ ମାନବବାଦୀ ଚିନ୍ତାଧାରା ଓ ନାରୀ ଜୀବନର ବେଦନାର ସ୍ୱର ଖୁବ୍ ଶାଣିତ ଭାବେ ପ୍ରତିଫଳିତ ହୋଇଛି ବୋଲି ମତ ପ୍ରକାଶ କରିଥିଲେ । ବାଲେଶ୍ୱରର କୁନ୍ତଳା କୁମାରୀ ମହାବିଦ୍ୟାଳୟରେ ସ୍ୱର୍ଗତା ମହାନ୍ତିଙ୍କ ଅଧ୍ୟାପନା ଜୀବନ ବିଷୟରେ ସୁସାହିତ୍ୟିକା ଦୀପ୍ତି ଦାସ ଉଲ୍ଲେଖ କରିଥିଲେ । ଲେଖିକାମାନଙ୍କ ପାଇଁ ସେ ଅଜସ୍ର ପ୍ରେରଣାର ଉତ୍ସ ଥିଲେ ବୋଲି ଶ୍ରୀମତୀ ଦାସ କହିଥିଲେ । ଏହି ଶ୍ରଦ୍ଧାଞ୍ଜଳି ସଭାର ଆଭାସି କାର୍ଯ୍ୟକ୍ରମରେ ‘ଯୁଗଶ୍ରୀ ଯୁଗନାରୀ’ର ସହସମ୍ପାଦିକା ଡ. ପ୍ରଭାବତୀ ପଣ୍ଡା ଯୋଡ଼ି ହୋଇ ସ୍ୱର୍ଗତ ମହାନ୍ତିଙ୍କୁ ଭାରତବର୍ଷର ଜଣେ ପ୍ରତିଷ୍ଠିତ ସାହିତ୍ୟିକା ଓ ଲେଖିକା ସଂସଦର ପ୍ରାଣ ପ୍ରତିଷ୍ଠାତା ଭାବେ ଚିରସ୍ମରଣୀୟା ରହିବେ ବୋଲି ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପତ୍ରିକାର ମୁଖ୍ୟ ଉପଦେଷ୍ଟା ଶାଶ୍ୱତୀ ବଳ, ଅନ୍ୟତମ ଉପଦେଷ୍ଟା ଓ ଓଡ଼ିଶା ଲେଖିକା ସଂସଦ ସାଧାରଣ ସଂପାଦିକା ଡ. ଶକୁନ୍ତଳା ବଳିଆରସିଂହ, ଉପଦେଷ୍ଟା ଡ. ମିନାକ୍ଷୀ ପଣ୍ଡା, ସଂଯୁକ୍ତା ରାଉତ୍‌, ବିଜୟଲକ୍ଷ୍ମୀ ମହାନ୍ତିପଟ୍ଟନାୟକ, ମହିଜା ଦଳବେହେରା, ଅନିମା ପଟ୍ଟନାୟକ, ସୁଷମା ଲେଙ୍କା, ଅନୀତା ପଣ୍ଡା, ସୁଜାତା ମହାପାତ୍ର, କମଳିନୀ ଦେବୀ ଗୁଣଗାନ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏବଂ ଏହି ଶୋକ ସଭାରେ ଅଞ୍ଜଳି ପଣ୍ଡା, ଯଶୋଧାରା ଦାସ, ଡ.କ୍ଷିତୀଶ୍ୱର ଦାଶ, ପ୍ରଭାକର ସାହୁ, ପ୍ରଫୁଲ୍ଲ କୁମାର ଦାସ, ସୁଧାଂଶୁ ଦାସ, କଲ୍ୟାଣୀ ନନ୍ଦ, ସ୍ମୃତି ଦାସ, ଗୀତାଞ୍ଜଳି ସିଂହ, କମଳାକାନ୍ତ ଦାଶ, ଅର୍ଚ୍ଚନା ନନ୍ଦୀ, ଯୋଗେଶ ପ୍ରଧାନ, ରମେଶଚନ୍ଦ୍ର ଜେନା, ବାସନ୍ତୀ କର, ପ୍ରତିମା ପଣ୍ଡା, ବେଣୁଧର ସାହୁ, କୃଷ୍ଣା ପ୍ରଧାନ, ଦୀପ୍ତିଲତା ଦାସ ଓ ବସନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ