ଆଇସସିଏଲର ଟାଳଟୁଳ ନୀତି ବିସ୍ଥାପିତ ପରିବାର ଦୟନୀୟ ଅବସ୍ଥାରେ

ପାରାଦୀପ, (ପୀତବାସ ପ୍ରଧାନ):ଆଜି ଜମିହରା କୃଷକ ମହାସଂଘ ସଭାପତି ଗୋଲେଖ ଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ଶତାଧିକ ବିସ୍ଥାପିତ ପରିବାରର ସଦସ୍ୟମାନେ ବିଜୁ ଶ୍ରମିକ ସାମୁଖ୍ୟ ସମ୍ପାଦକ ତଥା ରାଜ୍ୟସଭା ସାଂସଦ ସୁବାସ ଚନ୍ଦ୍ର ସିଂହଙ୍କୁ ଭେଟି ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି । ଦାବିପତ୍ରରେ ଉଲେଖ କରାଯାଇଛି ଯେ, ଆଇଓସିଏଲ ନିର୍ମାଣ ପାଇଁ ସ୍ଥାନୀୟ ଅଞ୍ଚଳର ୧୦ଗୋଟି ପଞ୍ଚାତର ସ୍ଥାୟୀ ବାସିନ୍ଦାମାନେ ସେମାନଙ୍କର ଚାଷ ଜମି ୨୮୭୬.୬୦ ଏକର ଜମି ହରାଇଛନ୍ତି । ସେହିପରି ୧୪୩ ପରିବାର ଏହି ପ୍ରକଳ୍ପ ପାଇଁ ବିସ୍ଥାପିତ ହୋଇଥିଲେ । ଏହି ବିସ୍ଥାପିତଙ୍କ ଥଇଥାନ ପାଇଁ ସ୍ଥାନୀୟ ପ୍ରଶାସନ ଓ ଆଇସସିଏଲ କର୍ତ୍ତ୍ୟପକ୍ଷଙ୍କ ମିଳିତ ସହଯୋଗରେ ଏକ କମିଟି ଗଠିତ ହୋଇଥିଲା । ଏହି କମିଟିର ବୈଠକରେ ବିସ୍ଥାପିତଙ୍କ ପାଇଁ ଯେଉଁସବୁ ପଦକ୍ଷେପ ନେବାକୁ ନିଷ୍ପତି ନିଆଯାଇଥିଲା ତାହା ଅଦ୍ୟାବଧି କାର୍ଯ୍ୟକାରୀ ହେଉନାହିଁ । ଅପରପକ୍ଷେ ଜମିହରାଙ୍କ ପାଇଁ ଅନେକ ସୁବିଧା ସୁଯୋଗର ବ୍ୟବସ୍ଥା ଥିଲେ ହେଁ କେନ୍ଦ୍ର ସରକାରଙ୍କ ଥଇଥାନା ନୀତିରେ ଏ ନେଇ କୌଣସି ସ୍ପଷ୍ଟ ନୀତି ନ ଥିବା ଆଇଓସିଏଲ କର୍ତ୍ତୃପକ୍ଷ କହୁଛନ୍ତି । ପ୍ରକାଶଯୋଗ୍ୟ ୨୦୦୯/୧୦ ମସିହାରେ ଆରପିଡ଼ିଏସି ବୈଠକରେ ତତକାଳୀନ ମନ୍ତ୍ରୀ ଡ଼ା ଦାମୋଦର ରାଉତ ଓ ସଂସଦ ବିଭୁପ୍ରସାଦ ତରାଇଙ୍କ ଦ୍ୱାରା ଯେଉଁସବୁ ନିଷ୍ପତି ନିଆ ଯାଇଥିଲା ତାହା ଅଦ୍ୟବାଧି କାର୍ଯ୍ୟକାରୀ ହୋଇନାହିଁ । ପୁନର୍ବାସ ଓ ଥଇଥାନା ୀତ ଅନୁସାରେ କେତେକ ବିସ୍ଥାପିତ ପରିବାରଙ୍କୁ ଘରଡ଼ିହ ଯୋଗଇ ଦିଆଯାଇଛି । ମାତ୍ର ଘର ତିଆରି ପାଇଁ ଅଦ୍ୟାବଧି କୌଣସି ପଦକ୍ଷେ ଗ୍ରହଣ କରାଯାଇନାହିଁ । ଫଳରେ ଘର ହରାଇ ଲୋକମାନେ ବାରଦ୍ୱାର ଷୁଣ୍ଡିପିଣ୍ଡ ହେଉଛନ୍ତି । ଏହି ୧୪୩ ପରିବାରର ଲୋକଙ୍କ ଅବସ୍ଥା ଦିକୁ ଦିନ ଶୋଚନୀୟ ହେବାରେ ଲାଗିଛି । ସେମାନଙ୍କ ଭିତରୁ କେତେକଙ୍କୁ ବୈଷୟିକ ଶିକ୍ଷା ଦିଆ ଯାଇଥିଲେ ହେଁ ନିଯୁକ୍ତି ଦେବାରେ ଆଇଓସିଏଲ ଟାଳଟୁଳ ନୀତି ପ୍ରଦର୍ଶନ କରୁଛି । ଦରିଦ୍ର ଓ ଅର୍ଦ୍ଧକୁଶଳୀ ବ୍ୟକ୍ତିଙ୍କ ଭିତରୁ ଜଣଙ୍କୁ ମଧ୍ୟ ଏପର୍ଯ୍ୟନ୍ତି ନିଯୁକ୍ତି ଦିଆଯାଇ ନାହିଁ । ଏପରିକି ଜଗୁଆଳି, ପିଅନ ଝାଡ଼ୁଦାର ଭାବେ ମଧ୍ୟ ଏହି ପରିବାର ଭିତରୁ କାହାରିକୁ ନିଯୁକ୍ତି ଦିଆଯାଇ ନାହିଁ । ନିକଟରେ ବିସ୍ଥାପିତଙ୍କ ପାଇଁ ରାଜ୍ୟ ସରକାର ପୁନର୍ବାସ ଥଇଥାନା ନୀତି-୨୦୦୬କୁ କାର୍ଯ୍ୟକାରୀତା କରିବାରେ ମଧ୍ୟ କାଳକ୍ଷେପଣ ନୀତି ଅବଲମ୍ବନ କରୁଛନ୍ତି । ପାରିପାଶ୍ୱର୍କ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଆଇଓସିଏଲ କର୍ତ୍ତୃପକ୍ଷ କୌଣସି ସ୍ଥାୟୀ ଯୋଜନା ହାତକୁ ନେଇନାହାନ୍ତି । ଫଳରେ ସ୍ଥାନୀୟ ବିସ୍ଥାପିତ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଦିନକୁ ଦିନ ଅସନ୍ତେଷେ ବୃଦ୍ଧି ପାଇବାରେ ଲାଗିଛି । ଏ ଦିଗରେ ଆଶାୁ ପଦକ୍ଷେପ ଗ୍ରହଣ କରି ବିସ୍ଥାପିତ ପରିବାରଗୁଡ଼ିକୁ ତୁରନ୍ତ ନ୍ୟାୟ ଦେବାକୁ ଏହି ଅବସରରେ ମହାସଂଘ ପକ୍ଷରୁ ଦାବି କରାଯାଇଛି । ଏହି ଅବସରରେ ସଂସଦ ଶ୍ରୀ ସିଂଙ୍କ ସହିତ ବରିଷ୍ଠେ ବିଜଡ଼ି ନେତା ଦେବାଶିଷ ସାମନ୍ତରାୟ ବିସ୍ଥାପିତମାନଙ୍କ ସହିତ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିବା ସହିତ ତୁରନ୍ତ ଏ ଦିଗରେ ପଦାକ୍ଷେପ ଗ୍ରହଣ କରାଯିବା ପାଇଁ ସମସ୍ତ ପଦକ୍ଷେପ ନିଆଯିବ ବୋଲି କହିଥିଲେ । ସଭାପତି ଶ୍ରୀ ନାୟକଙ୍କ ସମେତ ଉପ-ସଭାପତି ରଂଜନ ରାଉତରାୟ, ସାଧାରଣ ସଂପାଦକ ହେମନ୍ତ ସ୍ୱାଇଁ, ସହ-ସଂପାଦକ ରଂଜନ ମାଝୀ, କୋଷାଧ୍ୟକ୍ଷ ବିଶ୍ୱନାଥ ପରିଡା, ବରିଷ୍ଠ ଆଇନଜୀବି ଅମୃତ ଦାସ, ପୂର୍ବତନ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ, ଯୁବ ବିଜେଡ଼ି ନେତା ଜ୍ୟୋତିକାନ୍ତ ପରିଡ଼ା ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ