ଗତିକୃଷ୍ଣ କୁଜଙ୍ଗ ବାର ଆସୋସିଏସନ ର ସଭାପତି ଭାବେ ନିର୍ବାଚିତ

ପାରାଦୀପ, (ପୀତବାସ ପ୍ରଧାନ):ଶନିବାର ଦିନ ଅନୁଷ୍ଠିତ କୁଜଙ୍ଗ ବାର ଆସୋସିଏସନ ର ସଭାପତି ଭାବେ ଆଡଭୋକେଟ ଗତିକୃଷ୍ଣ ଶତପଥି ନିର୍ବାଚିତ ହୋଇଛନ୍ତି । ଏହି ହାଇ ପ୍ରୋଫାଇଲ ନିର୍ବାଚନରେ ଅନ୍ୟମାନଙ୍କ ମଧ୍ୟରେ ଉପ-ସଭାପତି ଭାବେ ନୃସିଂହ ଚରଣ ପ୍ରଧାନ, ସଂପାଦକ ସଂଜୟ କୁମାର ବେହେରା, ସହ-ସଂପାଦକ ମମତା ଅଧିକାରୀ, କୋଷାଧ୍ୟକ୍ଷ ଭାବେ ପବିତ୍ର ମୋହନ ନାୟକ ଙ୍କ ସମେତ ୮ଜଣ କାର୍ଯ୍ୟକାରୀ ସଦସ୍ୟ ନିର୍ବାଚିତ ହୋଇଛନ୍ତି । ବିଜୟ ଲାଭ ପରେ ଗତିକୃଷ୍ଣ ସମସ୍ତ ଆଇନଜିବୀ ମାନଙ୍କୁ ଧନ୍ୟବାଦ ଦେଇ କୁଜଙ୍ଗ କୋର୍ଟ ଏବଂ ସଦସ୍ୟ ମାନଙ୍କର ସର୍ବାଙ୍ଗିନ ଉନ୍ନତି ନିମନ୍ତେ କାର୍ଯ୍ୟ କରିବେ ବୋଲି କହିଛନ୍ତି । ସୂଚନା ଥାଉକି, କୁଜଙ୍ଗ ବାର ଆସୋସିଏସନ ର ସମୁଦାୟ ଭୋଟର ସଂଖ୍ୟା ୧୮୫ ହୋଇଥିବା ବେଳେ ସେଥି ମଧ୍ୟରୁ ୧୬୮ଜଣ ମତଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ