ଆଇସିଆଇସି-ଭିଡ଼ିଓକନ୍ ମାମଲା ଟିକସ ହେଭେନ୍ରେ ଲାଞ୍ଚ ଟଙ୍କା ଜମା କରିଛନ୍ତି ଚନ୍ଦା!

ମୁମ୍ବାଇ, (ଏଜେନ୍ସି): ଆଇସିଆଇସିଆଇ ବ୍ୟାଙ୍କ୍ ଓ ଭିଡ଼ିଓକନ୍ ଲୋନ୍ ମାମଲାରେ କୋଚର ଦମ୍ପତିଙ୍କୁ ଦିଆଯାଇଥିବା ୫୦୦କୋଟି ଟଙ୍କାର ଲାଞ୍ଚ ଟିକସ ହେଭେନ୍ରେ ଜମା କରାଯାଇଛି । ଏପରି ଆଶଙ୍କା ମାମଲାର ଯାଞ୍ଚ୍ କରୁଥିବା ଇଡ଼ି ପକ୍ଷରୁ ପ୍ରକାଶ କରାଯାଇଛି । ଏଜେନ୍ସିର ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁସାରେ ଟଙ୍କା ଠକେଇକୁ ନେଇ କୋଚର ଦମ୍ପତ୍ତିଙ୍କ ସମ୍ପର୍କିୟ ଓ କିଛି ସହଯୋଗୀଙ୍କ ପଚରାଉଚରା କରାଯାଇଛି । ପଚରାଉଚରା ଓ ଚଢ଼ଉ ସମୟରେ ଜବତ କରାଯାଇଥିବା କିଛି ଦସ୍ତାବିଜ୍ରୁ କେତେକ ଗୁରୁତ୍ତ୍ୱପୂର୍ଣ୍ଣ ତଥ୍ୟ ସମ୍ବନ୍ଧରେ ଜଣାପଡ଼ିଛି । ସେଥିରୁ ଲାଞ୍ଚ ଟଙ୍କା ଟିକସ ହେଭେନ୍ରେ ଜମା କରାଯାଇଥିବା ଅନୁମାନ କରାଯାଉଛି । ଅଧିକାରୀଙ୍କ ଅନୁସାରେ ଟିକସ ହେଭେନ୍ର ନାମ ବର୍ତ୍ତମାନ ପ୍ରକାଶ କରାଯାଇପାରିବନି । କାହିଁକି ନା ଏହା ଦ୍ୱାରା ଯାଞ୍ଚରେ ବାଧା ସୃଷ୍ଟି ହେବ ବୋଲି ଉଲ୍ଲେଖ କରାଯାଇଛି । ଆଇସିଆଇସିଆଇର ପୂର୍ବତନ ସିଇଓ ଚନ୍ଦା କୋଚର୍ଙ୍କ ବିରୋଧରେ ଭିଡ଼ିଓକନ୍ ଓ ଏସ୍ସାର ଗ୍ରୁପ୍ ସହିତ ସମ୍ପର୍କିତ କମ୍ପାନୀଗୁଡ଼ିକ ଲୋନ୍ ଦେବା ପରିବର୍ତ୍ତେ ଲାଭ ନେବା ଅଭିଯୋଗର ଯାଞ୍ଚ ଚାଲିଛି । ଏହି କମ୍ପାନୀଗୁଡ଼ିକ ସହିତ ଦିପକ କୋଚର୍ଙ୍କ କାରବାର ଜନିତ ସମ୍ପର୍କ ରହିଛି । ଅଧିକାରୀଙ୍କ ଅନୁସାରେ ଭିଡ଼ିଓକନ୍ ଓ ଫଷ୍ଟଲ୍ୟାଣ୍ଡ ହୋଲ୍ଡିଂସ୍ ପକ୍ଷରୁ ଦୀପକ କୋଚର୍ଙ୍କ କମ୍ପାନୀ ନ୍ୟୁପାୱାର ରିନ୍ୟୁଏବଲ୍ସ(ଏନ୍ଆର୍ଏଲ୍) ଦିଆଯାଇଥିବା ରାଶି ଲାଞ୍ଚ ଅଟେ । କୋଚର୍ ଦମ୍ପତ୍ତିଙ୍କୁ ଏହି ଲାଞ୍ଚ ଭିଡ଼ିଓକନ୍ ଗ୍ରୁପ୍ ଅଫ୍ କମ୍ପାନୀକୁ ଲୋନ୍ ଦେବା ବଦଳରେ ଦିଆଯାଇଥିଲା । ଏହି ସମୟରେ ଚନ୍ଦା କୋଚର୍ ଆଇସିଆଇସିଆଇ ବ୍ୟାଙ୍କ୍ର ସିଇଓ ପଦରେ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ