ବିହାର ଓ ଦିଲ୍ଲୀର ୨ଯୁୂବକ ଗିରଫ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲା ମୋହନା ପୋଲିସ ତରଫରୁ ଗତକାଲି ଏକ କାର ସହ ଚୋରାଚାଲାଣ ଗଞ୍ଜେଇକୁ ଜବତ କରାଯାଇଛି । ଏଥିରେ ବିହାର ଓ ଦିଲ୍ଲୀର ୨ ଚୋରଙ୍କୁ ଗିରଫ କରାଯାଇଛି । ଗଜପତି ଜିଲ୍ଲା ଅତିରିକ୍ତ ଏସପି ସୀତାରାମ ଶତପଥୀ,ଆର.ଉଦୟଗିରି ଏସଡିପିଓ ଅଶୋକ କୁମାର ମହାନ୍ତି,ମୋହନା ଆଇଆଇସି ସୁଜିତ କୁମାର ନାୟକ ମୋହନା ଥାନାରେ ଆୟୋଜିତ ଏକ ପ୍ରେସ ମିଟ୍ରେେ ସୂଚନା ଦେଇଛନ୍ତି । ଗଜପତି ଏସପି ସାରା ଶର୍ମାଙ୍କ ନିର୍ଦ୍ଦେଶକ୍ରମେ ଆଇନ ଶୃଙ୍ଖଳା ପ୍ରତିଷ୍ଠା ପାଇଁ ସାରା ଜିଲ୍ଲାରେ ପୋଲିସ ପେଟ୍ରୋଲିଂ ଓ ବିଭିନ୍ନ ତନଖି ଚାଲୁରହିଛି । ଗତକାଲି ମୋହନା ଥାନାର ରାଇସିଙ୍ଗି ଛକଠାରେ ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ଅଡବା ରାସ୍ତାରେ ଏକ କାର ଦୃତ ଗତିରେ ଆସୁଥିଲା । ପୋଲିସ ସନ୍ଦେହରେ କାରକୁ ଅଟକାଇ ଯାଞ୍ଚ କରିଥିଲେ । କାରରେ ଗଞ୍ଜେଇ ରହିଥିବା ପୋଲିସ ଦେଖିଥିଲେ । ପୋଲିସ ଚୋରାଚାଲାଣ ହେଉଥିବା କାର ସହ ଗଞ୍ଜେଇକୁ ଜବତ କରିଥିଲେ । ଉକ୍ତ କାରଟି ଦିଲ୍ଲୀ ରେଜଷ୍ଟ୍ରାସନର ଡିଏଲ ୪ ସିଏଇ ୨୮୨୨ ନମ୍ବର ବିଶିଷ୍ଟ କୋରଲା କାର ଅଟେ,ଏହି ଚୋରା ଚାଲାଣ କାରରେ ଥିବା ବିହାରର ଭକ୍ତିୟର୍ପୁର ଅଞ୍ଚଳର ମୁକେଶ କୁମାର ଯାଦବ ଓ ଦିଲ୍ଲୀ ଦ୍ୱାରିକାପୁରର ରଣବୀର ଯାଦବ । ୨ଜଣଙ୍କୁ ପୋଲିସ ଗିରଫ କରି କୋର୍ଟକୁ ଚାଲାଣ କରିଛନ୍ତି । ଜବତ ହୋଇଥିବା ଗଞ୍ଜେଇର ପରିମାଣ ୨୮ କେଜି ୧୦୦ଗ୍ରାମ ଅଟେ । ଚୋରା ବଜାରରେ ଏହାର ମୁଲ୍ୟ ୧୦ଲକ୍ଷ ଟଙ୍କାରୁ ଉଦ୍ଧ୍ୱର୍ ହେବ ବୋଲି ଜଣାପଡିଛି ।


