ଆଗାମୀ ଦିନରେ ଯୁବପିଢିକୁ ଆଗକୁ ଆଣି ତାଙ୍କୁ ପ୍ରତିଷ୍ଠିତ କରିବା ମୂଳ ଲକ୍ଷ୍ୟ
ନାଉଗାଁ,(ଓ୍ବାଇଏନ୍ଏସ୍):ନାଉଗାଁ ବ୍ଳକ ଅନ୍ତର୍ଗତ ଶ୍ରୀଜଗନ୍ନାଥ ମହାବିଦ୍ୟାଳୟରେ ଗୁରୁବାର ନୂଆ ଓଡିଶା ନବିନ ଓଡିଶା କାର୍ଯ୍ୟକ୍ରମର ଉଦ୍ଯାପନି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉଦ୍ଯାପନି ଉତ୍ସବରେ ମୁଖ୍ୟ ଅତିଥି ରୂପେ ଜଗତସିଂହପୁର ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ଯୋଗ ଦେଇ ମହାବିଦ୍ୟାଳୟର ପିଲାମାନଙ୍କ ମଧ୍ୟରେ ବହୁ ଲୁକ୍କାୟିତ ଗୁଣ ରହିଛି । ଯାହାକୁ ଆଗକୁ ଆଣି ବିକଶିତ କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ । ନୂଆ ଓଡିଶା ନବିନ ଓଡିଶା କାର୍ଯ୍ୟକ୍ରମ ମାଧ୍ୟମରେ ଉକ୍ତ ମହାବିଦ୍ୟାଳୟର ପିଲାମାନେ ବିଭିନ୍ନ କ୍ଷେତ୍ରରେ ପାରିଦର୍ଶିତା ଲାଭ କରିଛନ୍ତି । କେବଳ ନିଜ ଅଂଚଳରେ ତାଙ୍କ ପ୍ରତିଭା ବିକଶିତ ହୋଇନାହିଁ । ଜିଲ୍ଲାସ୍ତରରେ ମଧ୍ୟ ଖୁବ ପ୍ରସଂଶନୀୟ ସ୍ଥାନ ଳାଭ କରିଛନ୍ତି । ଯୁବ ପିଢିମାନଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାକୁ ଆଗକୁ ଆଣି ଆଗାମୀ ପିଢିକୁ ବିଭନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ କରିବା ଉକ୍ତ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ବୋଲି ବିଧାୟକ ମୁଦୁଲି ମତବ୍ୟକ୍ତ କରିଥିଲେ । ମହାବିଦ୍ୟାଳୟ ଅଧ୍ୟକ୍ଷ ଜ୍ୟୋତିପ୍ରକାଶ ଲେଙ୍କାଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଦୁଲିଙ୍କ ସମେତ ଜିଲ୍ଲା ପରିଷଦ ସଭ୍ୟା ଅମିତା ସ୍ୱାଇଁ, ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ମନୋଜ କୁମାର ମହାନ୍ତି, ପୂର୍ବତନ ଅଧ୍ୟକ୍ଷ ଡ.ଚାଇନା ପ୍ରଧାନ, ବ୍ଲକ ଉପାଧ୍ୟକ୍ଷ ସୁଜିତ ପୁହାଣ, ଜିଲ୍ଲା କୃଷକ ମୋର୍ଚ୍ଚାର ସଭାପତି ପ୍ରକାଶ ବସ୍ତିଆ, ଡ. ଲବଙ୍ଗଲତା ବିଶୋଇ,କାର୍ଯର୍୍ୟକ୍ରମର ନୋଡାଲ ଅଧିକାରୀ ବିଜୟ ସାହୁ, ଅଧ୍ୟାପକ ହୃଦାନନ୍ଦ ସ୍ୱାଇଁ, ସମାଜସେବୀ ଦିଲ୍ଲିପ ଲେଙ୍କା ଆଦି ଯୋଗ ଦେଇଥିଲେ । ଅତିଥିମାନଙ୍କ ଦ୍ୱାରା ପ୍ରଥମେ ମହାପ୍ରଭୁ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରାଯାଇ ପ୍ରଦୀପ ପ୍ରଜ୍ଜାଳନ କରାଯାଇଥିଲା । ପରେ ମହାବିଦ୍ୟାଳୟର ମୁଖପାତ୍ର ‘ସଂକଳ୍ପ’ ପତ୍ରିକାକୁ ଅତିଥି ମାନେ ଉନ୍ମୋଚନ କରିଥିଲେ । ଅଧ୍ୟାପକ ଚୈତନ୍ୟ ପରିଡା କାର୍ଯ୍ୟକ୍ରମରେ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପିକା ବିଜୟିନୀ ପଢିଆରୀଙ୍କ ସମେତ ଅନ୍ୟ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।


