ଆଗାମୀ ସାଧାରଣ ନିର୍ବାଚନ ପାଇଁ ସଦର ବିଜେପିର ସଜବାଜ
ବାଲେଶ୍ୱର, (ସରୋଜ ପଣ୍ଡା) : ଆଜି ବାଲେଶ୍ୱର ସହରର ରବୀନ୍ଦ୍ର କଲ୍ୟାଣ ମଣ୍ଡପରେ ସଦର ନିର୍ବାଚନ ମଣ୍ଡଳୀର ବିଜେପି ନେତା ମାନସ କୁମାର ଦତ୍ତଙ୍କ ନେତୃତ୍ୱରେ ଏକ ବିଶାଳ ବୁଥ ସ୍ତରୀୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ୨୬ ଗୋଟି ପଞ୍ଚାୟତର ପ୍ରମୁଖ କାର୍ଯ୍ୟକର୍ତ୍ତା, ସରପଞ୍ଚ, ସମିତିସଭ୍ୟ, ଜିଲ୍ଲା ପରିଷଦ ସଦସ୍ୟ ତଥା ବରିଷ୍ଠ ନେତୃତ୍ୱ ଉପସ୍ଥିତ ରହିଥିଲେ । ଉକ୍ତ ବୈଠକକୁ ପଞ୍ଚୁପଡା ମଣ୍ଡଳ ପ୍ରଭାରୀ ଲୋକନାଥ ଭୂୟାଁ ପରିଚାଳନା କରିଥିଲେ । ପ୍ରାରମ୍ଭରେ ସାମୁହିକ ବନ୍ଦେ ମାତରମ ଗାନ କରାଯାଇଥିଲା । ପରେ ମଞ୍ଚାସୀନ ଅତିଥିବୃନ୍ଦ ଆଗାମୀ ୨୦୨୪ ନିର୍ବାଚନ ପାଇଁ ରଣହୁଙ୍କାର ଦେଇ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି । ଉକ୍ତ ବୈଠକରେ ସଦରର ନେତା ମାନସ କୁମାର ଦତ୍ତ ଆଗାମୀ ଦିନରେ ଭୋଟର ତାଲିକା ସଂଶୋଧନ, ନୂତନ ଭୋଟରଙ୍କ ନାମ ତାଲିକା ଭୁକ୍ତ କରିବା, ପଞ୍ଚାୟତ ୱାରୀ ବିଭିନ୍ନ ଜନ ସମସ୍ୟାକୁ ନେଇ ଆନ୍ଦୋଳନ କରିବା ତଥା ଦଳର ସଂଗଠନ ବିଷୟ ଆଦି ଦିଗରେ ଅନେକ ଗୁରୁତ୍ୱ ପୂର୍ଣ୍ଣ କଥା ରଖିଥିଲେ । କାର୍ଯ୍ୟକର୍ତ୍ତାଙ୍କୁ ଜନସାଧାରଣଙ୍କ ସମସ୍ୟା ବାବଦରେ ନିର୍ଣ୍ଣାୟକ ଲଢେଇ କରିବା ପାଇଁ ଆହ୍ୱାନ କରିବା ସହ ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତ ହୋଇରହିବା ପାଇଁ ଆହ୍ୱାନ କରିଥିଲେ । ଅନ୍ୟ ମୁଖ୍ୟ ବକ୍ତା ଗଣ କେନ୍ଦ୍ରୀୟ ଯୋଜନାକୁ ତୃଣମୂଳ ସ୍ତରରେ ଲୋକଙ୍କ ପାଖରେ ପହଞ୍ଚିବା ଦିଗରେ କାର୍ଯ୍ୟକର୍ତ୍ତା ମାନେ ସହାୟକ ହୁଅନ୍ତୁ ବୋଲି ପ୍ରକାଶ କରିଥିଲେ । ଆଗାମୀ ଦିନରେ ସଦର ବ୍ଲକରେ ହୋଇଥିବା ମାଳ ମାଳ ଦୁର୍ନୀତି ଯଥା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଚଞ୍ଚକତା, ନବୀନ ଓଡିଶା ଯୋଜନାରେ ଦଳୀୟ ଭିର୍ତ୍ତିକ କାର୍ଯ୍ୟ ତଥା ମନରେଗା ଯୋଜନାରେ ଲକ୍ଷ ଲକ୍ଷ ଟଙ୍କା ଫଲ୍ସ ବିଲ କରି ଆତ୍ମସାତ କରିବା ପ୍ରସଙ୍ଗକୁ ନେଇ ଜୋରଦାର ଲଢେଇ କରିବା ପାଇଁ ଉକ୍ତ ବୈଠକରେ ରୋଡମ୍ୟାପ ପ୍ରସ୍ତୁତି ହୋଇଛି । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ରବିନାରାୟଣ ମହାପାତ୍ର, ରାଜ୍ୟ ସମ୍ପାଦିକା ଶିପ୍ରା ବାଜପେୟୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପର୍ଶୁରାମ ବେହେରା, ବରିଷ୍ଠ ନେତା ଗୌରାଙ୍ଗ ଦାସ, ଗଙ୍ଗାଧର ରାଉତ, ଅନନ୍ତ ନାୟକ, ରାଜେନ୍ଦ୍ର ଚାଟାର୍ଜୀ, ସୁଜିତ ଦେବ, ଉପେନ୍ଦ୍ର ଶତପଥୀ, ମଣ୍ଡଳ ସଭାପତି କାର୍ତ୍ତିକ ରାଉତ, ଅନିଲ ପାତ୍ର, ତପନ ଗିରି ଓ ବିଜୟ ଦାସ, ଜିଲ୍ଲା ପରିଷଦ ସଦସ୍ୟ ଗୟାଧର ବେହେରା, ସରପଞ୍ଚ ରବିନାରାୟଣ ପ୍ରଧାନ, ଆରତୀ ଦାସ, ସୁସ୍ମିତା ଦାସ, ଜୟନ୍ତି ଆଦିକ, ବନିତା ଭୁୟାଁ, ଜିତେନ ଜେନା, ରାମନାରାୟଣ ଦିବେଦୀ, ସମିତି ସଭ୍ୟ ଅଞ୍ଜନ ପରିଡା, ମାୟାଧର ମହାଳିକ, ରଶ୍ମିତା ନାୟକ, ହାରାମଣୀ ବେହେରା, ପ୍ରିୟଙ୍କା ଜେନା, ରବିନ୍ଦ୍ର ଜେନା, ମାମନୀ ଜେନା, ନାଏବ ସରପଞ୍ଚ ପ୍ରିୟରଞ୍ଜନ ପୃଷ୍ଟି, ରଞ୍ଜୁଲତା ନାୟକ, ବୃନ୍ଦାବନ ରାଉତ, ପିତାମ୍ବର ଭୂୟାଁ, ସୁଶାନ୍ତ ମହାପାତ୍ର, ଅନ୍ତର୍ଯ୍ୟାମୀ ବେହେରା, ହରେନ୍ଦ୍ର ପ୍ରଧାନ, ଝାଡେଶ୍ୱର ସେଠୀ, ସନ୍ତୋଷ ସେଠୀ, ଦିଲ୍ଲୀପ ମହାନ୍ତି, ବସନ୍ତ ନାୟକ, ଭୂଦେବ ସାହୁ, ଅରବିନ୍ଦ ଜେନା, ମଞ୍ଜୁ ଗାୟନ, ମାମୁନୀ ହାତୀ, ସତ୍ୟଭାମା ରାଉତ, ରଶ୍ମୀରଞ୍ଜନ ଜେନା, ବିରେନ୍ଦ୍ର ସେନାପତି, ବିରେନ୍ଦ୍ର କର, ତପନ ଦାସ, ସୁଶାନ୍ତ ସାହୁ ସହ ପ୍ରମୁଖ କାର୍ଯ୍ୟକର୍ତ୍ତା, ୱାର୍ଡ ସଭ୍ୟ/ସଭ୍ୟା ଆଦି ଉପସ୍ଥିତ ଥିଲେ । ପରିଶେଷରେ ପୂର୍ବତନ ନଗର ସଭାପତି ସୀତାକାନ୍ତ ସ୍ୱାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।