ଆଜିଠୁ ଚାରିଧାମ ଯାତ୍ରା ଆରମ୍ଭ
ଡେରାଡୁନ୍: ଶ୍ରଦ୍ଧାଳୁଙ୍କ ପାଇଁ ଆଜିଠୁ ଆରମ୍ଭ ହୋଇଛି ଚାରିଧାମ ଯାତ୍ରା। କରୋନା ଯୋଗୁଁ ଦୀର୍ଘ ସମୟ ଧରି ସ୍ଥଗିତ ଥିଲା । ସରକାରଙ୍କ ପକ୍ଷରୁ ଚାରିଧାମ ଯାତ୍ରା ନେଇ ଏସ୍ଓପି ଜାରି ହୋଇଛି। ଯାତ୍ରା ବେଳେ କୋଭିଡ-୧୯ର ସହ ଜିଡତ ନିୟମକୁ କଡାକଡି ଭାବେ ପାଳନ କରିବାକୁ କୁହାଯାଇଛି। ତେବେ ଚାରିଧାମ ଯାତ୍ରା ପାଇଁ ଆସିଥିବା ଶ୍ରଦ୍ଧାଳୁଙ୍କୁ ଇ-ପାସ୍ ଦରକାର ପଡିବ। ବିନା ଇ-ପାସରେ ଠାକୁର ଦର୍ଶନ ମନା ହୋଇଛି। କେଦାରନାଥ, ବଦ୍ରିନାଥ, ଗାଙ୍ଗୋତ୍ରି ଏବଂ ଯମୁନୋତ୍ରି ଧାମର ଦର୍ଶନ ପାଇଁ ଆସୁଥିବା ଯାତ୍ରୀମାନଙ୍କୁ ପଞ୍ଜୀକରଣ କରିବାକୁ ପଡିବ। ଏହା ପରେ ଇ-ପାସ୍ ପ୍ରଦାନ କରାଯିବ। ଏହା ପରେ ହିଁ ସମସ୍ତ ଚାରୋଟି ଧାମ ପରିଦର୍ଶନ କରିବାକୁ ଅନୁମତି ଦିଆଯିବ।


