ଆଜିଠୁ ମାଟ୍ରିକ ଅନ୍ତିମ ଆକଳନ ପରୀକ୍ଷା

ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) :କରୋନା ମହାମାରୀ ପ୍ରବେଶ କରିବା ପରେ ଦିନକୁ ଦିନ ବଦଳି ଯାଉଛି ଶିକ୍ଷା ବ୍ୟବସ୍ଥା । ମାଟ୍ରିକ ବୋର୍ଡ ପରୀକ୍ଷା ଏବେ ପରିବର୍ତ୍ତିତ ହୋଇ ଅନ୍ତିମ ଆକଳନ ପରୀକ୍ଷା ପାର୍ଟ-୧ ଭାବେ ବୁଧବାର ଠାରୁ ଆରମ୍ଭ ହେବ । ଏହି ପରିପ୍ରେକ୍ଷୀରେ ଭଣ୍ଡାରିପୋଖରୀ ବ୍ଲକର ୯ଗୋଟି କେନ୍ଦ୍ରରେ ୧୫୦୩ଜଣ ମାଟ୍ରିକ ପରୀକ୍ଷାର୍ଥୀ ପରୀକ୍ଷା ଦେଉଥିବା ଜଣାପଡିଛି । ସର୍ବାଧିକ ସରସଦା ବିଦ୍ୟାଳୟ ଠାରେ ୨୭୦, ରହଣିଆ ବିଦ୍ୟାଳୟ ଠାରେ ୧୭୯, ଶୁକଦେଵ ଜେନା ଉଚ୍ଚ ବିଦ୍ୟାପୀଠ ବାଲିପୋଖରୀ ଠାରେ ୧୧୫, କୁଲଣା ବିଦ୍ୟାଳୟ ଠାରେ ୧୬୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଅନୁରୂପ ଭାବେ ସୁବର୍ଣ୍ଣମୁଖି ଉଚ୍ଚ ବିଦ୍ୟାଳୟ ଯଶୋଟିକିରି ଠାରେ ୧୩୫, ଗିରିଧାରୀ ପଣ୍ଡା ଉଚ୍ଚ ବିଦ୍ୟାପୀଠ ମଞ୍ଜୁରୀରୋଡ଼ ଠାରେ ୧୫୨, ବାରିକପୁର ଠାରେ ୧୪୧, ଭଣ୍ଡାରିପୋଖରୀ ଉଚ୍ଚ ବିଦ୍ୟାଳୟ ଠାରେ ୫୧ ମଧ୍ୟମା ପରୀକ୍ଷାର୍ଥୀଙ୍କ ସହିତ ୨୦୬ଛାତ୍ରଛାତ୍ରୀ ଓ ହାରାମଣି ବାଳିକା ବିଦ୍ୟାଳୟ ଠାରେ ୧୩୮ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେବେ ବୋଲି ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ