ଆଜି ଠାରୁ କେନ୍ଦ୍ରୀୟ ବିଦ୍ୟାଳୟ ନାମଲେଖା ଆରମ୍ଭ; ପ୍ରଥମ ଦିନରେ ୨୪୨ ଆବେଦନ

ଛତ୍ରପୁର,(ଦେବଦତ୍ତ ମହାରଣା) : ଦୀର୍ଘ ବର୍ଷ ର ବ୍ୟବଧାନ ପରେ ଛତ୍ରପୁର ରେ ଖୋଲିଲା କେନ୍ଦ୍ରୀୟ ବିଦ୍ୟାଳୟ । ଯାହାକି ଏହି ଅଂଚଳ ପାଇଁ ଏକ ଖୁସି ଖବର । ଚଳିତ ମାସ ୨୦ ତାରିଖ ତଥା ଆଜି ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ଛତ୍ରପୁର କେନ୍ଦ୍ରୀୟ ବିଦ୍ୟାଳୟ ରେ ନାମଲେଖାଇବା ପାଇଁ ଆବେଦନ ପତ୍ର ଅନସ୍ଲୋ ହାଇସ୍କୁଲ ରୁ ଲୋକେ ଗ୍ରହଣ କରିପାରିବେ । ଏଥି ନିମନ୍ତେ ଆଜି ସକାଳୁ ଅନସ୍ଲୋ ହାଇସ୍‌ୁଲ ଠାରେ ଅଭିଭାବକ /ଅଭିଭାବିକାଙ୍କ ଲମ୍ବା ଧାଡି ଦେଖିବାକୁ ମିଳିଥିଲା । ଅଭିଭାବକ ମାନେ ଧାଡିରେ ଠିଆ ହୋଇ ଆବେଦନ ପତ୍ର ସଂଗ୍ରହ କରୁଥିବା ଦେଖିବାକୁ ମିଳିଛି । ଆଜି ପ୍ରଥମ ଦିନ ୨୪୨ ଆବେଦନ ପତ୍ର ସଂଗ୍ରହ କଲେ ଅଭିଭାବକ ମାନେ । ପ୍ରଥମ ଶ୍ରେଣୀ ରୁ ପଂଚମ ଶ୍ରେଣୀ ନିମନ୍ତେ ଆବେଦନ ପତ୍ର ମିଳୁଛି । ପ୍ରତି ସେକ୍ସନ ରେ ୪୦ ପିଲା ହିସାବରେ ମୋଟ ୨୦୦ ପିଲା ପାଠ ପଢିପାରିବେ ବୋଲି ସୂଚନା ଦେଇଛନ୍ତି ଛତ୍ରପୁର କେନ୍ଦ୍ରୀୟ ବିଦ୍ୟାଳୟ ର ପ୍ରିନ୍ସପାଲ ରାଜେଶ କୁମାର ଗୁପ୍ତା । ଜନ୍ମ ପ୍ରମାଣ ପତ୍ର ଦେଖାଇ ଆବେଦନ ପତ୍ର ସଂଗ୍ରହ କରିହେବ । ଏହି ଆବେଦନ ପତ୍ର ସଂଗ୍ରହ ସମୟରେ ସୁରକ୍ଷିତ ରହିବା ସହ କୋଭିଡ୍ ନିୟମକୁ ମାନିବା ପାଇଁ ପ୍ରିନ୍ସପାଲ ଶ୍ରୀ ଗୁପ୍ତା ଅନୁରୋଧ କରିଛନ୍ତି । ଡିସେମ୍ବର ମାସର ପ୍ରଥମ ସପ୍ତାହ ଠାରୁ ଶିକ୍ଷାଦାନ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି । କୋଭିଡ କୁ ଦୃଷ୍ଟି ଅନଲାଇନ୍ ଶିକ୍ଷାଦାନ ହେବାର କାର୍ଯ୍ୟ ରହିଛି ବୋଲି ପ୍ରିନ୍ସପାଲ ଶ୍ରୀ ଗୁପ୍ତା ମଧ୍ୟ ସୂଚନା ଦେଇଛନ୍ତି । ବର୍ତ୍ତମାନ ପରିପ୍ରେକ୍ଷୀରେ ପ୍ରିନ୍ସପାଲଙ୍କୁ ମିଶାଇ ୩ଜଣ ଷ୍ଟାପ ଥିବାବେଳେ ଆଗାମୀଦିନରେ ଅଧିକ ଷ୍ଟାପ କାର୍ଯ୍ୟ କରିବେ । ଅନସ୍ଲୋ ହାଇସ୍କୁଲ ପରିସରରେ ଅସ୍ଥାୟୀ ଭାବେ ଆରମ୍ଭ ପରବର୍ତ୍ତୀ ସମୟ ରେ ଚ୍ୟାୟରମ୍ୟାନ ତଥା ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏହାକୁ ନିଜସ୍ୱ କୋଠାକୁ ସ୍ଥାନାନ୍ତରିତ ହେବ । ଦୀର୍ଘ ବର୍ଷ ପରେ ଛତ୍ରପୁର ଠାରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲଥିିବାରୁ ସ୍ଥାନୀୟ ବାସିନ୍ଦା ମାନେ ଖୁସି ପ୍ରକାଶ କରିଛନ୍ତି । ଏହାସହ କେତେକ ସଂଗଠନ ପକ୍ଷରୁ ଆଜି ପ୍ରିନ୍ସପାଲ ଶ୍ରୀ ଗୁପ୍ତା ଙ୍କୁ ଭେଟି ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ