ଆଦିବାସୀ ମାନଙ୍କ ବିଭିନ୍ନ ସମସ୍ୟାନେଇ ଓଡିଶା କୃଷକ ସଭା ପକ୍ଷରୁ ସ୍ମାରକ ପତ୍ର ପ୍ରଦାନ ;ଯଥାଶୀଘ୍ର ଦାବୀ ପୂରଣ ନହେଲେ ଗଣ ଆନ୍ଦୋଳନ

ଛତ୍ରପୁର,(ଦେବଦତ୍ତ ମହାରଣା) : ଆଦିବାସୀ ଗ୍ରାମକୁ ପକ୍କା ରାସ୍ତା ନିର୍ମାଣ କରିବା, ବନ୍ଦ କରାଯାଇଥିବା ବିଦ୍ୟାଳୟ ଗୁଡିକୁ ପୁନଃକାର୍ଯ୍ୟକ୍ଷମ କରିବା , ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିବା ଏବଂ କେତକ ଅଂଚଳକୁ ବିଦ୍ୟୁତ୍ ସଂଯୋଗ କରିବା ସମେତ ବିଭିନ୍ନ ଦାବୀ ନେଇ ଶୁକ୍ରବାର ଓଡିଶା କୃଷକ ସଭା ଗଂଜାମ କମିଟି ପକ୍ଷରୁ ଏକ ସ୍ମାରକ ପତ୍ର ରାଜ୍ୟ ଉପସଭାପତି ପି.ହରିକୃଷ୍ଣ ରେଡ୍ଡୀଙ୍କ ନେତୃତ୍ୱରେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ଏହି ଦାବୀ ଗୁଡିକ ଯଥା ଶୀଘ୍ର ପୂରଣ ନକରିଲେ ଗଣ ଆନ୍ଦୋଳନ ହେବ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି । ଏହି ସ୍ମାରକ ପତ୍ର ଉଲ୍ଲେଖ କରିଛନ୍ତି ଯେ ସରକାର ଆଦିବାସୀ ମାନଙ୍କ ନିମନ୍ତେ ବହୁ ସୁବିଧା କରୁଛି ବୋଲି ଧିଡରା ପିଟୁଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ହିତାଧିକାରୀ ଏହାର ସୁବିଧା ପାଇପାରୁନାହାଁନ୍ତି । ଜିଲ୍ଲାରେ ଜଙ୍ଗଲ ଜମି ର ପଟ୍ଟା ପ୍ରଦାନ କରିବା, ବେଗୁନିଆପଡା ବ୍ଲକର କାଳିମେଘି ପଞ୍ଚାୟତର ବାଳସିଂ, ଯୋକନେଣ୍ଡି, ବୋରବୋରା, ମାରିଡିପଲ୍ଲୀ, ବଗୁଡା ବ୍ଲକର ସିଙ୍ଗିପୁର , ଖିରଆମ୍ବା, ସୁଳିଆପଲ୍ଲୀ, ସାନସାରଳା , ବଡତଣ୍ଡା ଗ୍ରାମକୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିବା, ସୋରଡା ବ୍ଲକ କୁଲାଙ୍ଗି ପଞ୍ଚାୟତର କଡାପଲ୍ଲୀ ଆଦିବାସୀ ଗ୍ରାମକୁ ପ୍ରଧାନ ମନ୍ତ୍ରୀ ସଡକ ଯୋଜନା କିମ୍ବା ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ଅନ୍ତର୍ଭୁକ୍ତ କରି ପକ୍କା ରାସ୍ତା ନିର୍ମାଣ କରିବା । ଏହାସହ ବେଗୁନିଆପଡା ବ୍ଲକର କାଳିମେଘି ପଞ୍ଚାୟତର ଝାପଟା କୋଲନୀ ହରିଜନ ଗ୍ରାମର ବିଦ୍ୟାଳୟକୁ ବନ୍ଦ କରିବା ଆଦେଶକୁ ବାତିଲକରି ବିଦ୍ୟାଳୟକୁ ପୁନଃ ଚାଲୁ କରିବା । ଏହି ସ୍ମାରକ ପତ୍ର ପ୍ରଦାନ ବେଳେ ମଙ୍ଗଳା ଶବର , ମୋଚିଆ ଶବର , ସୁଶାନ୍ତ ଶବର, ଧୋବା ଶବରଙ୍କ ସମେତ ବହୁ ଆଦିବାସୀ ମହିଳା ଓ ପୁୁରୁଷ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ