୧୭୨ଜଣ ଗୃହହୀନ ମାନଙ୍କୁ ପଟ୍ଟା ପ୍ରଦାନ କରିବା ଦାବୀ ନେଇ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ଛତ୍ରପୁର,(ଦେବଦତ୍ତ ମହାରଣା) : ବ୍ରହ୍ମପୁର ତହସିଲ ଅନ୍ତର୍ଗତ ହରିଡାଖଣ୍ଡି ରାଜସ୍ୱ ମୈାଜା ରେ ଅବସ୍ଥିତ ଖତିଆନ ନଂ ୫୩୨, ପ୍ଲଟ ନଂ ୫୭୮/୧୮୩୬ରେ ୬୦ବର୍ଷରୁ ଉର୍ଦ୍ଧ୍ୱ ବସତି ସ୍ଥାପନ  କରିଥିବା ଉତ୍ତରମୂଖୀ ସାହିର ୧୭୨ ଗୃହହୀନ, ଜମିହୀନ ପରିବାରଙ୍କୁ ଜମି ପଟ୍ଟା ପ୍ରଦାନ କରିବା ଦାବୀ ନେଇ ଶୁକ୍ରବାର ଭାରତୀୟ ବିକାଶ ପରିଷଦ ପକ୍ଷର ସଭାପତି ସୁରେନ୍ଦ୍ର ପାଣିଗ୍ରାହୀଙ୍କ ନେତୃତ୍ୱ ଗୃହହୀନ ଓ ଜମିହୀନ , ଆଦିବାସୀ ଓ ଗରୀବ ଶ୍ରେଣୀ ମହିଳା ଓ ପୁରୁଷ ମାନେ ଛତ୍ରପୁର ସ୍ଥିତ ଗଂଜାମ ଜିଲ୍ଲାପାଳଙ୍କ କାର୍ଯାଳୟ ସମ୍ମୁଖରେ ପ୍ରତିବାଦ କରିବା ସହ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସମ୍ବଳିତ ଦାବୀ ପତ୍ର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅମୀୟ କୁମାର ସାହୁଙ୍କୁ ପ୍ରଦାନ କରିଛନ୍ତି ।
ଏଥିରେ ରାଜ୍ୟ ସାଧାରଣ ସମ୍ପାଦକ ରଶ୍ମି ରଂଜନ , ରାଜ୍ୟ ସମ୍ପାଦକ ରାଜେନ୍ଦ୍ର ଦଳ ବେହେରା, ଉପସଭାପତି ଇ.ରାଜେନ୍ଦ୍ର ପ୍ରସାଦ ଓ ବୃନ୍ଧାବନ ବେହେରା ପ୍ରମୁଖ ଯୋଗଦେଇ ଗୃହହୀନ ଓ ଜମି ହୀନ ୧୭୨ ଗୋଟି ପରିବାର କୁ ତୁରନ୍ତ ପଟ୍ଟାପ୍ରଦାନ କରିବା ନିମନ୍ତେ ଦାବୀ କରିଥିଲେ । ଦୀର୍ଘ ୨ଘଣ୍ଟା ଧରି ଏହି ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲ।। ଆନ୍ଦୋଳନସ୍ଥଳରେ ଗଂଜାମ ଅତିରିକ୍ତ ଜିଲ୍ଲପାଳ ଶ୍ରୀସାହୁ ଆନ୍ଦୋଳନକାରୀଙ୍କ ଠାରୁ ଦାବୀ ପତ୍ର ଗ୍ରହଣ କରିଥିବା ବେଳେ ଯେଉଁ ପ୍ରକୃତ ହିତାଧିକାରୀ ମାନେ ସେମାନଙ୍କ ବିଭିନ୍ନ ପରିଚୟପତ୍ର ସହ ନଥିପତ୍ର ପ୍ରଦାନ କରିବାକୁ ପରାମର୍ଶ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ