ଆତ୍ମନିର୍ଭର ଭାରତ ପ୍ୟାକେଜରେ ଏମଏସଏମଇ କ୍ଷେତ୍ରକୁ ଜୀବନ୍ନ୍ୟାସ ଦେବାର ମାର୍ଗ ପ୍ରଶସ୍ତ ହେବ

ନୂଆଦିଲ୍ଲୀ : ଭାରତ ସରକାର ଦେଶର ଏମଏସଏମଇ କ୍ଷେତ୍ରକୁ ନୂଆ ଜୀବନ୍ନ୍ୟାସ ଦେବା ଦିଗରେ ନେଉଥିବା ପଦକ୍ଷେପ କ୍ରମରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି (ସିସିଇଏ)ର ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଆତ୍ମନିର୍ଭର ଭାରତ ପ୍ୟାକେ ଅନ୍ତର୍ଗତ ଅବଶିଷ୍ଟ ଦୁଇଟି ଘୋଷଣାର ପ୍ରଭାବୀ କାର୍ଯ୍ୟାନ୍ୱୟନ ପ୍ରକ୍ରିୟା ଏବଂ ରୋଡମ୍ୟାପକୁ ମଞ୍ଜୁରି ମିଳିଥିଲା । ଏଥିରେ ସାମିଲ ରହିଛି ପ୍ୟାକେଜ ଘୋଷଣାରେ ସୂକ୍ଷ୍ମ ଉତ୍ପାଦନ ଏବଂ ସେବା ୟୁନିଟ (ମାଇକ୍ରୋ)ର ଊର୍ଦ୍ଧ୍ୱ ସୀମାକୁ ୧କୋଟି ଟଙ୍କାର ନିବେଶ ଏବଂ ୫ କୋଟି ଟଙ୍କାର କାରବାର ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । ସେହିପରି ଲଘୁ ଉଦ୍ୟୋଗଗୁଡ଼ିକର ସୀମାକୁ ୧୦ କୋଟି ଟଙ୍କାର ନିବେଶ ଏବଂ ୫୦ କୋଟି ଟଙ୍କାର କାରବାର ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । ସେହିପରି ଏକ ମଧ୍ୟମ ଉଦ୍ୟୋଗଗୁଡ଼ିକର ନିବେଶ ସୀମାକୁ ୨୦ କୋଟି ଟଙ୍କା ଏବଂ କାରବାର ସୀମାକୁ ୧୦୦ କୋଟି ଟଙ୍କା ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । ଉଲ୍ଲେଖଯୋଗ୍ୟ ଯେ ୨୦୦୬ରେ ଏମଏସଏମଇ ବିକାଶ ଆଇନ ଲାଗୁ ହୋଇଥିଲା । ୧୪ ବର୍ଷ ପରେ ଏଥିରେ ସଂଶୋଧନ କରାଯାଇଛି । ପ୍ୟାକେଜ ୧୩ ମେ ୨୦୨୦ରେ ଘୋଷଣା ହେବା ପରେ କେତେକ ପ୍ରସ୍ତାବ ମିଳିଥିଲା ଯେ ଘୋଷିତ ସଂଶୋଧନ ତଥାପି ବଜାର ଓ ମୂଲ୍ୟ ନିର୍ଦ୍ଧାରଣ ସ୍ଥିତି ଅନୁରୂପ ହୋଇନାହିଁ । ତେଣୁ ଏହାକୁ ଆହୁରି ଅଧିକ କରି ସଂଶୋଧନ କରାଯିବା ଆବଶ୍ୟକ । ଏସବୁ ପ୍ରସ୍ତାବକୁ ଧ୍ୟାନରେ ରଖି ପ୍ରଧାନମନ୍ତ୍ରୀ ମଧ୍ୟମ ଉତ୍ପାଦନ ଏବଂ ସେବା ୟୁନିଟଗୁଡ଼ିକର ସୀମାକୁ ଆହୁରି ବଢ଼ାଇବା ଲାଗି ନିଷ୍ପତି ନେଇଛନ୍ତି । ବର୍ତମାନ ଏହି ସୀମାକୁ ୫୦ କୋଟି ଟଙ୍କାର ନିବେଶ ଏବଂ ୨୫୦ କୋଟି ଟଙ୍କାର କାରବାରକୁ ବୃଦ୍ଧି କରି ଦିଆଯାଇଛି । ଏହାଛଡ଼ା ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ମଧ୍ୟ ନିଆଯାଇଛି । ସୂକ୍ଷ୍ମ, ଲଘୁ କିମ୍ବା ମଧ୍ୟମ, ଯେକୌଣସି ଏମଏସଏମଇ ଉଦ୍ୟୋଗର ରପ୍ତାନି ସଂକ୍ରାନ୍ତ କାରବାରକୁ ଟର୍ଣ୍ଣଓଭର ଭାବେ ଗଣନା କରାଯିବ ନାହିଁ । ବ୍ୟବସାୟକୁ ସହଜ କରିବା ଦିଗରେ ଏହା ଏକ ପଦକ୍ଷେପ । ଏହା ଏମଏସଏମଇ କ୍ଷେତ୍ରରେ ନିବେଶକୁ ଆକୃଷ୍ଟ କରିବା ଏବଂ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ସହାୟକ ହୋଇପାରିବ । ନିମ୍ନ ତାଲିକାରେ ସଂଶୋଧିତ ସୀମାର ବିବରରୀ ପ୍ରଦାନ କରାଯାଇଛି । ଚାପଗ୍ରସ୍ତ ଏମଏସଏମଇ ଗୁଡ଼ିକୁ ଇକ୍ୟୁଟି ସହାୟତା ପ୍ରଦାନ କରିବା ଲାଗି ଅଧୀନସ୍ଥ ଋଣ ରୂପରେ ୨୦, ୦୦୦ କୋଟି ଟଙ୍କାର ବ୍ୟବସ୍ଥା ପ୍ରସ୍ତାବକୁ ଆଜି କ୍ୟାବିନେଟ ଔପଚାରିକ ଭାବେ ମଞ୍ଜୁରି ଦେଇଛନ୍ତି । ଏହାଦ୍ୱାରା ୨ ଲକ୍ଷ ଚାପଗ୍ରସ୍ତ ଏମଏସଏମଇ ଲାଭାନ୍ୱିତ ହେବେ, ଫଣ୍ଡ ଅଫ ଫଣ୍ଡସ ମାଧ୍ୟମରେ ଏମଏସଏମଇ ଲାଗି ୫୦,୦୦୦ କୋଟି ଟଙ୍କାର ପୁଞ୍ଜି ବିନିଯୋଗକୁ ମଞ୍ଜୁରି ମିଳିଛି । ଏହାଦ୍ୱାରା ଏମଏସଏମଇର କ୍ଷମତା ବିସ୍ତାରେ ସହାୟତା ପ୍ରଦାନ ଲାଗି ଏକ ବ୍ୟବସ୍ଥା ପ୍ରତିଷ୍ଠା କରାଯିବ । ଫଳରେ ସେମାନେ ନିଜକୁ ଷ୍ଟକ ଏକ୍ସଚେଞ୍ଜରେ ତାଲିକାଭୁକ୍ତ କରିପାରିବେ । ଆଜିର ମଞ୍ଜୁରି ଫଳରେ ଆତ୍ମନିର୍ଭର ଭାରତର ସମ୍ପୂର୍ଣ୍ଣ ଭାଗ ନିମନ୍ତେ ପ୍ରକ୍ରିୟା ଓ ରୋଡମ୍ୟାପ ଅସ୍ତିତ୍ୱକୁ ଆସିଯାଇଛି । ଏହାଦ୍ୱାରା ଏମଏସଏମଇ କ୍ଷେତ୍ରରେ ନିବେଶ ଆକୃଷ୍ଟ କରିବା ଏବଂ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ସହାୟତା ମିଳିପାରିବ । କୋଭିଡ-୧୯ ମହାମାରୀ ପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ର ନିର୍ମାଣରେ ଏମଏସଏମଇର ଭୂମିକାକୁ ତୁରନ୍ତ ଚିହ୍ନଟ କରିଥିଲେ । ସେଥିପାଇଁ ଏମଏସଏମଇଗୁଡ଼ିକୁ ଆତ୍ମନିର୍ଭର ଭାରତ ଅଭିଯାନ ଅନ୍ତର୍ଗତ କରାଯାଇଥିବା ଘୋଷଣାରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ ଭାବେ ସାମିଲ କରାଯାଇଥିଲା । ଏହି ପ୍ୟାକେଜ ଅନ୍ତର୍ଗତ ଏମଏସଏମଇ କ୍ଷେତ୍ର ପାଇଁ ଯଥେଷ୍ଟ ଅର୍ଥରାଶି ଆବଂଟନ କରାଯିବା ସହିତ ଅର୍ଥବ୍ୟବସ୍ଥାର ସୁଧାର ଲାଗି ପଦକ୍ଷେପ ଗ୍ରହଣ କରିବା ଉପରେ ମଧ୍ୟ ପ୍ରାଥମିକତା ଦିଆଗଲା । ଅନେକ ପ୍ରମୁଖ ଘୋଷଣା ସହ ଜଡ଼ିତ ପଦକ୍ଷେପ ପୂର୍ବରୁ କାର୍ଯ୍ୟକାରୀ କରାଯିବା ଆରମ୍ଭ ହୋଇସାରିଛି । ଏଥିମଧ୍ୟରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଘୋଷଣା ନିମ୍ନରେ ଦିଆଗଲା, ପରିଚାଳନା ସମ୍ବନ୍ଧୀୟ ଦାୟିତ୍ୱ ପୂରଣ କରିବା, କଂଚା ମାଲ କ୍ରୟ ଏବଂ କାରବାର ପୁଣିଥରେ ଆରମ୍ଭ କରିବା ଲାଗି ଏମଏସଏମଇ ଲାଗି ୩ ଲକ୍ଷ କୋଟି ଟଙ୍କାର ବନ୍ଧକମୁକ୍ତ ସ୍ୱୟଂକ୍ରିୟ ଋଣ । ଏମଏସଏମଇ କ୍ଷେତ୍ରକୁ ସର୍ବାଧିକ ଲାଭ ପ୍ରଦାନ ଲାଗି ଏମଏସଏମଇ ପରିଭାଷାରେ ସଂଶୋଧନ । ଘରୋଇ କମ୍ପାନୀଗୁଡ଼ିକୁ ଅଧିକ ସୁଯୋଗ ଉପଲବ୍ଧ କରାଇବା ଲାଗି ୨୦୦ କୋଟି ଟଙ୍କା ପର୍ଯ୍ୟନ୍ତ କ୍ରୟ ନିମନ୍ତେ ବୈଶ୍ୱିକ ଟେଣ୍ଡର ଆହ୍ୱାନକୁ ଅନୁମତି ନଦେବା, ସରକାର ଏବଂ ରାଷ୍ଟ୍ରାୟତ କ୍ଷେତ୍ରର ଉପକ୍ରମ ଦ୍ୱାରା ୪୫ ଦିନ ମଧ୍ୟ ବକେୟା ପଇଠ କରିବା । ଭାରତ ସରକାର ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି, ଯାହାଫଳରେ ଏହି ପ୍ରମୁଖ ନିଷ୍ପତିଗୁଡ଼ିକର ଲାଭ ତୁରନ୍ତ ଏମଏସଏମଇ କ୍ଷେତ୍ରଗୁଡ଼ିକୁ ମିମଳିପାରିବ । ଏ ସଂକ୍ରାନ୍ତରେ ନିମ୍ନଲିଖିତ ଆବଶ୍ୟକ ନୀତିଗତ ନିଷ୍ପତି ପୂର୍ବ ନିଆଯାଇସାରିଛି ଏବଂ କାର୍ଯ୍ୟାନ୍ୱୟନ ରଣନୀତି ଲାଗୁ କରି ଦିଆଯାଇଛି । ତିନି ଲକ୍ଷ କୋଟି ଟଙ୍କାର ବନ୍ଧକମୁକ୍ତ ସ୍ୱୟଂଚାଳିତ ଋଣ ଯୋଜନାକୁ ସିସିଇଏ ପୂର୍ବରୁ ମଞ୍ଜୁରି ଦେଇସାରିଛି ଏବଂ ଔପଚାରିକ ଭାବେ ଏହାକୁ ଉପସ୍ଥାପନ କରାଯାଇସାରିଛି । ଏମଏସଏମଇ ପରିଭାଷାର ଊର୍ଦ୍ଧ୍ୱ ସୀମାରେ ସଂଶୋଧନ ପ୍ରକ୍ରିୟା ନିର୍ଦ୍ଧାରଣ କରାଯାଇସାରିଛି, ଯାହାଫଳରେ ଏମଏସଏମଇଗୁଡ଼ିକୁ ନିଜ କ୍ଷମତାଠାରୁ ଅଧିକ ସୁଯୋଗ ମିଳିବ । ସେହିପରି ୨୦୦ କୋଟି ଟଙ୍କା ପର୍ଯ୍ୟନ୍ତ କ୍ରୟ ଲାଗି ବାଧ୍ୟତାମୂଳକ ଭାବେ ବୈଶ୍ୱିକ ଟେଣ୍ଡର ଆହ୍ୱାନ କରାନଯିବା ନିମନ୍ତେ ସାଧାରଣ ଆର୍ଥିକ ନିୟମରେ ସଂଶୋଧନ କରାଯାଇଛି । ନୂଆ ନିୟମ ପୂର୍ବରୁ ଜାରି କରାଯାଇସାରିଛି ଏବଂ ସେସବୁ ଲାଗୁ ମଧ୍ୟ ହୋଇସାରିଛି । ଏହାଫଳରେ ଭାରତୀୟ ଏମଏସଏମଇଗୁଡ଼ିକ ପାଇଁ ବ୍ୟବସାୟର ନୂଆ ସୁଯୋଗ ଉପଲବ୍ଧ ହେବ । ଏମଏସଏମଇଗୁଡ଼ିକର ଅର୍ଥ ୪୫ ଦିନର ସମୟସୀମା ମଧ୍ୟରେ ପରିଶୋଧ ସୁନିଶ୍ଚିତ କରିବା ଲାଗି କ୍ୟାବିନେଟ ସଚିବ, ବ୍ୟୟ ସଚିବ ଏବଂ ଏମଏସଏମଇ ସଚିବଙ୍କ ସ୍ତରରେ ଦିଶାନିର୍ଦ୍ଦେଶ ଜାରି କରି ଦିଆଯାଇଛି । ଏମଏସଏମଇଗୁଡ଼ିକ ଉପରୁ ଚାପ ହ୍ରାସ କରିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ଋଣ ଆଦାୟର ସମୟସୀମାକୁ ଆହୁରି ୩ ମାସ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି । ଏ ସମସ୍ତ ପଦକ୍ଷେପ ପରିଚାଳନା ନିମନ୍ତେ ମନ୍ତ୍ରଣାଳୟ ଦ୍ୱାରା ଏକ ସୁଦୃଢ଼ ଆଇସିଟି ଆଧାରି ପ୍ରଣାଳୀ ‘ଚାମ୍ପିଅନ୍ସ’ର ଶୁଭାରମ୍ଭ କରାଯାଇଛି । ଏହି ପୋର୍ଟାଲ ଫଳରେ ଏମଏସଏମଇଗୁଡ଼ିକ ପାଇଁ ବର୍ତମାନ ପରିସ୍ଥିତିରେ କେବଳ ସହାୟତା ମିଳିବ ନାହିଁ ବରଂ ବ୍ୟବସାୟର ନୂଆ ସୁଯୋଗ ଉପଲବ୍ଧ ହେବ । ଏହାବ୍ୟତୀତ ଦୀର୍ଘଅବଧିରେ ଜାତୀୟ ଓ ଅନ୍ତର୍ଜାତୀୟ ଚାମ୍ପିଅନ ହେବା ନିମନ୍ତେ ସେମାନଙ୍କୁ ସହାୟତା ମିଳିବ । ଏମଏସଏମଇ ଏବଂ ଏହା ଉପରେ ନିର୍ଭର କରୁଥିବା ଲୋକମାନଙ୍କୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବା ନିମନ୍ତେ ଏମଏସଏମଇ ମନ୍ତ୍ରଣାଳୟ ପ୍ରତିଶ୍ରୁତିବଦ୍ଧ । ଆତ୍ମନିର୍ଭର ଭାରତ ପ୍ୟାକେଜ ଅନ୍ତର୍ଗତ କରାଯାଇଥିବା ଉପାୟର ଲାଭ ଉଠାଇବା ନିମନ୍ତେ ଏମଏସଏମଇଗୁଡ଼ିକୁ ପ୍ରୋତ୍ସାହନ ଦେବା ଦିଗରେ ଯଥାସମ୍ଭବ ପ୍ରୟାସ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ