ଆତ୍ମହତ୍ୟା କଲେ କାରୋଲିନ ଫ୍ଲାକ୍
ବ୍ରିଟିଶ ଟେଲିଭିଜନ ହୋଷ୍ଟ କାରୋଲିନ ଫ୍ଲାକ୍ ଆତ୍ମହତ୍ୟା କରିଛନ୍ତି। ଶନିବାର ତାଙ୍କ ମୃତଦେହ ମିଳିଥିଲା। ଏକ ଇଂରାଜୀ ଖବର କାଗଜ ମୁତାବକ କାରୋଲିନଙ୍କ ପରିବାର ଲୋକେ ସ୍ପଷ୍ଟ କରିଛନ୍ତି ଯେ ୧୫ ଅଗଷ୍ଟରେ ସେ ଆତ୍ମହତ୍ୟା କରିଛନ୍ତି। ମିଡିଆ ରିପୋର୍ଟ ଅନୁସାରେ କାରୋଲିନ ଖୁବ୍ଶୀଘ୍ର ନିଜ ପ୍ରେମିକଙ୍କ ବିରୋଧରେ ମାଡ଼ପିଟ୍ ଅଭିଯୋଗ କରି ମକଦମା କରିବାର ଥିଲା। କିନ୍ତୁ ତାହା ପୂର୍ବରୁ ତାଙ୍କ ଶବ ଲଣ୍ଡନସ୍ଥିତ ଫ୍ଲାଟ୍ରେ ମିଳିଥିଲା। କାରୋଲିନ ପ୍ରଥମେ ସ୍ମାଶ୍ ଟିଭି ଶୋ’ ‘ଲଭ୍ ଆଇଲ୍ୟାଣ୍ଡ’ର ହୋଷ୍ଟ ପାଇଁ ଜଣାଶୁଣା ହୋଇଥିଲେ। ଯଦିଓ ତାଙ୍କୁ ତାଙ୍କର ଆହୁରି ଅନେକ ଟିଭି ଶୋ’ ଲୋକପ୍ରିୟ କରାଇଥିଲା। କିନ୍ତୁ ‘ଲଭ୍ ଆଇଲ୍ୟାଣ୍ଡ’ କାରୋଲିନଙ୍କୁ ଅନ୍ତର୍ଜାତୀୟ ଭାବେ ପରିଚିତ କରାଇଥିଲା।


