ଏୟାରଫୋର୍ସ ପାଇଲଟ ଅବତାରରେ କଙ୍ଗନା

ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାନାୱତ ଏବେ ଆଉ ଏମ ଧାକଡ଼ ଅବତାରରେ ସିଲ୍‌ଭର ସ୍କ୍ରିନ୍‌ରେ ଧମାଲ ମଚାଇବାକୁ ସଜବାଜ ହେଉଛନ୍ତି। କଙ୍ଗନାଙ୍କ ଆଗାମୀ ସିନେମା ‘ତେଜସ’ର ଫାଷ୍ଟ ଲୁକ୍‌ ରିଲିଜ୍‌ ହୋଇଛି। କଙ୍ଗନାଙ୍କ ଫାଷ୍ଟ ଲୁକ୍‌ ସାମ୍ନାକୁ ଆସିବା ମାତ୍ରେ ତାଙ୍କ ପ୍ରଶଂସକମାନେ ଏହାକୁ ଭାଇରାଲ କରିବାରେ ଲାଗିଛନ୍ତି।
ଏହି ଆଗାମୀ ସିନେମାରେ କଙ୍ଗନା ପ୍ରଥମ ଥର ପାଇଁ ଏୟାରଫୋର୍ସ ପାଇଲଟ ଅବତାରରେ ନଜର ଆସିବାକୁ ଯାଉଛନ୍ତି। ଏହି ଫିଲ୍ମର ନିର୍ଦେଶନା ସର୍ବେଶ ମେୱାଡା ଦେଉଥିବାବେଳେ ରୋନି ସ୍କ୍ରିଉୱାଲା ଏହାର ପ୍ରଯୋଜନା ଦାୟିତ୍ବ ନେଇଛନ୍ତି। କିନ୍ତୁ ଫିଲ୍ମର ରିଲିଜ୍‌ ସମ୍ପର୍କରେ ଏ ପର୍ଯ୍ୟନ୍ତ କୌଣସି ସୂଚନା ମିଳି ନାହିଁ। ସୂଚନାଯୋଗ୍ୟ ଯେ ‘ତେଜସ’ର ଏହି ଫାଷ୍ଟ ଲୁକ୍‌ରେ କଙ୍ଗନା ପୂରାପୂରି ଭାବେ ଏୟାରଫୋର୍ସ ପାଇଲଟ ନଜର ଆସୁଛନ୍ତି। ସେ ହାତରେ ହେଲ୍‌ମେଟ୍‌ ଧରି ବେଶ୍‌ ଆତ୍ମବିଶ୍ବାସ ଓ ଜୋଶ୍‌ର ସହିତ ଠିଆ ହୋଇଥିବା ନଜର ଆସୁଛନ୍ତି। ଫଟୋରେ ତାଙ୍କ ପଛରେ ଜେଟ୍‌ ଫାଇଟର ପ୍ଲେନ୍‌ ଦେଖିବାକୁ ମିଳୁଛି। କଙ୍ଗନାଙ୍କ ଟିମ୍‌ ଇନ୍‌ଷ୍ଟାଗ୍ରାମ୍‌ରେ ଏହି ଫଟୋ ଶେୟାର କରିଛନ୍ତି। ଏହାକୁ ଶେୟାର କରି କ୍ୟାପ୍‌ସନ୍‌ ଦେଇଛନ୍ତି ଯେ ଏହା ସମସ୍ତ ସାହସୀ ଓ ଦୃଢ଼ ଆତ୍ମବଳ ୟୁନିଫର୍ମ ପିନ୍ଧିଥିବା ମହିଳାଙ୍କ ପାଇଁ ଉଦ୍ଧିଷ୍ଟ, ଯେଉଁମାନେ ଦେଶର ରକ୍ଷା ପାଇଁ ଦିନ ରାତି ଲାଗିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ