ରାସ୍ତାରେ ଝୁଲୁଛି ବିଦ୍ୟୁତ ତାର
ଜଗତସିଂହପୁର,(ଅନସୂୟା ରାଉତ): ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଦ୍ୟୁତ ତାର ବିଦ୍ୟୁତ ଖୁଣ୍ଟ ଓ ବିଭିନ୍ନ ସବ୍ ଷ୍ଟେସନ ବିପଦ ସଂକୁଳ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଛି । ତିର୍ତ୍ତୋଲ ଓ ଜଗତସିଂହପୁର ମଧ୍ୟ ଭାଗରେ ମହିଳୋ ହାଟ ଠାରେ ବିଦ୍ୟୁତ ତାର ବିପଦ ସଙ୍କୁଳ ଅବସରରେ ରହିଛି ବୋଲି ଅଭିଯୋଗ ହୋଇଛି । ଭୂମିରୁ ମାତ୍ର ୧ମି ଦୂରରେ ରହଛି ବୋଲି ଅଭିଯୋଗ ହୋଇଛି । ମହିଳୋ ପଂଚାୟତର ମହିଳୋ ହାଟଠୁ ମାତ୍ର ୩କିମି ଦୂରରେ ଅବସ୍ଥିତ । ସେହି ରାସ୍ତାର ୨୦୦ କିମି ଦୂରରେ ପର୍ଯ୍ୟଟନ ସ୍ଥଳ ରାମ ମନ୍ଦିର ଅଛି । ଗାଡିଟିଏ ବୁଲିବାବେଳେ ତାର ପଛପଟେ ସେହି ତାର ପଛ ପଟ ବାଜିବାର ସମ୍ଭାବନା ଅଧିକ ରହିଛି । ଏବେ ବିଦ୍ୟୁତ ବିଭାଗ ବିଭିନ୍ନ ସ୍ଥାନରେ କେବୁଲ୍ ବ୍ୟବସ୍ଥା କରିଥିବା ବେଳେ ଏଠାରେ କେବୁଲ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି ।


