ଆଦର୍ଶ ଶିକ୍ଷକ କୁଳମଣୀ ପରିଡାଙ୍କ ଦ୍ୱାଦଶାହରେ ଶୋକସଭା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଆଦର୍ଶ ଶିକ୍ଷକ ସ୍ୱର୍ଗତ କୁଳମଣୀ ପରିଡାଙ୍କ ଜନ୍ମସ୍ଥାନ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କୋରୋ ପଞ୍ଚାୟତର ପିଙ୍ଗଳ ଗ୍ରାମରେ ଦ୍ୱାଦଶାହ ଉପଲକ୍ଷେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଏହି ଶୋକସଭାରେ କେନ୍ଦ୍ରାପଡା ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ସ୍ୱର୍ଗତ ପରିଡାଙ୍କ ଗୁଣଗାନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏଥିରେ ଗରାପୁରସ୍ଥିତ ଦିବ୍ୟଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ଦିବ୍ୟ ସ୍ୱରୂପାନନ୍ଦ ସରସ୍ୱତୀ ଯୋଗଦେଇ ଶୋକବ୍ୟକ୍ତ କରିବା ସହ କହିଥିଲେ ଯେ ସ୍ୱର୍ଗତ ପରିଡା କେବଳ ତାଙ୍କର ବାପା ନଥିଲେ ସେ ଥିଲେ ତାଙ୍କର ଗୁରୁ ଓ ମାର୍ଗଦର୍ଶକ । ସେ ଜଣେ ନିରବ ସାଧକ ଓ ଆଦର୍ଶ ମଣିଷ ଥିଲେ । ଶିକ୍ଷାବିତ ପ୍ରମୋଦ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶୋକସଭାରେ ପ୍ରାଧ୍ୟାପକ ନନ୍ଦ କିଶୋର ପରିଡା, ପ୍ରଫେସର ମୋହନ ଚରଣ ଜେନା, ଶୈଳଜାଶଙ୍କର ସାମଲ, ରାଜକିଶୋର ସାମଲ, ଅପର୍ତ୍ତି ସେଠୀ, ରାମାୟଣୀ ମାନସ ଦାସ, ଅମର ପ୍ରସାଦ ରାଉତ, ସୁରେଶ ଚନ୍ଦ୍ର ନାୟକ, ନାରାୟଣ ପ୍ରସାଦ ବିଶ୍ୱାସ, ରବୀନ୍ଦ୍ର ସାମଲ, ନରହରି ପାଣି ଓ ତାଙ୍କର ପ୍ରିୟ ଛାତ୍ରଛାତୀ ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଶ୍ରୀଧର ରାଉତ ସଭା ପରିଚାଳନା କରିଥିବା ବେଳେ ସ୍ୱର୍ଗତ ପରିଡାଙ୍କ ନାତି ରଞ୍ଜିତ କୁମାର ଜେନା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଶେଷରେ ମହାବୀର ଭଜନ ସନ୍ଧ୍ୟା ଭଜନ ପରିବେଷଣ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ