କେନ୍ଦ୍ରାପଡା- ଯାଜପୁର ପ୍ରତିଭା ପୂଜା ଓ ସାଂସ୍କୃତିକ ସଂସଦ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା -ଯାଜପୁର ପ୍ରତିଭା ପୂଜା ଓ ସାଂସ୍କୃତିକ ସଂସଦ ଆନୁକୂଲ୍ୟରେ ଇନ୍ଦୁପୁରସ୍ଥିତ ମା’ ଚଣ୍ଡିଦେବୀଙ୍କ ମୁଖ୍ୟ ପୂଜକ ମହେଶ୍ୱର ରଣା(ବୁଲିଆ ନନା)ଙ୍କ ଚର୍ତୁଦଶାହ ଉପଲକ୍ଷେ ଏକ ସ୍ମୃତିି ସଭା ଅନୁଷ୍ଠିତ ହୋଇଯାଇଛି । ସଂସଦର ଉପଦେଷ୍ଟା ବ୍ରଜକିଶୋର ପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସ୍ମୃତିସଭାରେ ସଂସଦର ସମ୍ପାଦକ ମୂରଲୀଧର ବିଶ୍ୱାଳ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ସଂସଦର ଉପସଭାପତି ଶିକ୍ଷାବିତ ପରମାନନ୍ଦ ଥାଟୋଇ, ଡଃ. ସଂଗ୍ରାମ କେଶରୀ ରାଉତ, ପ୍ରଣବ କୁମାର ଜେନା, ନିକିରାଇ ମଠ ମହନ୍ତ ମହାରାଜ ଅଭୟ କୁମାର ଦାସ, ଜୟକୃଷ୍ଣପୁର ହନୁମାନ ମନ୍ଦିର ପୁରୋଧା ବାବାଜୀ ସ୍ୱାମୀ ସଚିଦାନନ୍ଦ ସରସ୍ୱତୀ, ଯୁବନେତା ଦୁଷ୍ମନ୍ତ ମଲିକ, ପ୍ରାକ୍ତନ ସରପଞ୍ଚ ବିଜନ କୁମାର ମଲିକ, ସଂସଦର ସଂଗଠନ ସମ୍ପାଦକ ନିକେତନ ଜେନା, ଉପଦେଷ୍ଟା ବାନାମ୍ବର ସେଠୀ, ଅଳପୁଆ ମଠାଧିଶ ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ଦାସ, ଗାୟକ ପର୍ଶୁରାମ ମାହାଳି, ଗଗନ ବିହାରୀ ଜେନା, ବୀରକିଶୋର ରାଉତ, ରାମନାରାୟଣ ସିଂହ, ଜ୍ଞାନେନ୍ଦ୍ର କୁମାର ବାରିକ, ରାଧାରମଣ ସିଂହ, ଅନାଦି ଚରଣ ଦାସ, ବିଜୟ କୁମାର ରାୟ, ମା ଚଣ୍ଡିଦେବୀ ଉନ୍ନୟନ ପରିଷଦର ସକ୍ରୀୟ ସଦସ୍ୟ ବିଜୟ କୁମାର ସାହାଣୀ, ଦୈତାରୀ ସାହୁ, ଦେବାଶିଷ ସାମଲ, ସୁଦାମ ମହାରଣାଙ୍କ ସମେତ ଶତାଧିକ ସ୍ୱର୍ଗତ ରଣାଙ୍କୁ ଭଲ ପାଉଥିବା ମାଙ୍କର ଶ୍ରଦ୍ଧାଳୁମାନେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ପ୍ରାରମ୍ଭରେ ୨ମିନିଟ ନିରବ ପ୍ରାର୍ଥନା କରାଯିବା ପରେ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା ଶ୍ରୀମଦ ଭାଗବତ ପାଠ କରିଥିଲେ । ସଂସଦର ସଭାପତି ଆଡଭୋକେଟ ପ୍ରତାପ ମହାପାତ୍ର ଯୋଗଦେଇ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ