ଆଦାନୀ ଗ୍ରୁପର ଠକେଇ ବିରୋଧରେ କଂଗ୍ରେସ ଗଣଧାରଣା

ବାଲେଶ୍ୱର, (ସରୋଜ ପଣ୍ଡା):ଉଦ୍ୟୋଗୀ ଗୌତମ ଆଦାନୀଙ୍କ ମାଲିକାନାରେ ଥିବା ଆଦାନୀ ଗ୍ରୁପ ଅଫ କମ୍ପାନୀର ଠକେଇ ରିପୋର୍ଟ ପ୍ରକାଶ ପାଇବାଠାରୁ ଅଦ୍ୟାବଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାକୁ ନେଇ ଏଆଇସିସି ଆହ୍ୱାନ କ୍ରମେ ସମଗ୍ର ଦେଶରେ କଂଗ୍ରେସ ଆରମ୍ଭ କରିଛି ପ୍ରତିବାଦ । ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ଜିଲା କଂଗ୍ରେସ ପକ୍ଷରୁ ସଭାପତି ସଂଜୀବ ଗିରିଙ୍କ ସଭାପତିତ୍ୱରେ ସ୍ଥାନୀୟ ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ପରିସରରେ ଏକ ଗଣ ବିକ୍ଷୋଭ ସୋମବାର ଅନୁଷ୍ଠିତ ହୋଇଯାଇଛି । ପିସିସି ମୁଖପାତ୍ର ସୁଦର୍ଶନ ଦାସ, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ପ୍ରଜ୍ଞା ପାରମିତା ମହାନ୍ତି, ସଦର ବ୍ଲକ କଂଗ୍ରେସ ସଭାପତି ତଥା ସରପଞ୍ଚ ଜୟକୃଷ୍ଣ ବେହେରା, ଜଳେଶ୍ୱର ବ୍ଲକ କଂଗ୍ରେସ ସଭାପତି ରାଜୀବ ଲୋଚନ ପରିଡ଼ା ପ୍ରମୁଖ ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଯୋଗଦେଇ ଆଦାନୀଙ୍କ ପ୍ରତି ପ୍ରଧାନମନ୍ତ୍ରୀ ତଥା ତାଙ୍କ ସରକାରଙ୍କ ସମ୍ବେଦନଶୀଳତାକୁ କଡ଼ା ସମାଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କଂଗ୍ରେସ ସମ୍ପାଦିକା ଅର୍ଚନା ନନ୍ଦୀ, ପୂର୍ବତନ ବିଧାୟକ ଅକ୍ଷୟ ଆଚାର୍ଯ୍ୟ, ଜିଲ୍ଲା ଉପ-ସଭାପତି ଗୋପୀନାଥ ପାଢ଼ୀ, ନୀଳଗିରି କଂଗ୍ରେସ ପାର୍ôଥନୀ ରାଣୀ ମନୋଜା ମଞ୍ଜରୀ ଦେବୀ, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଗୌତମ ସାହୁ, ବାସନ୍ତୀ ସାମଲ, ଅଣ-ସଂଗଠିତ ଶ୍ରମିକ କର୍ମଚାରୀ କଂଗ୍ରେସ ଜିଲ୍ଲା ଅଧ୍ୟକ୍ଷ ବିକାଶ ଦାସ, ଯୁବ ନେତା ସରୋଜ କୁମାର ଲେଙ୍କା, ରେମୁଣା ବ୍ଲକ କଂଗ୍ରେସ ସଭାପତି ତରୁଣ ଦାସ, ନୀଳଗିରି ବ୍ଲକ କଂଗ୍ରେସ ସଭାପତି ମନୋରଞ୍ଜନ ପଣ୍ଡା, ପୂର୍ବତନ ସରପଞ୍ଚ କହ୍ନେଇ ବେହେରା, ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ଦେବଦତ୍ତ ଦାସ, ସୁଧାଂଶୁ ଶେଖର ଜେନା, ଜୀବନ ମହାପାତ୍ର, ସୌରଭ ବେହେରା, ନବ ପ୍ରସାଦ ଭୂୟାଁ, ଅବିନାଶ ଦାସ, ସଂଜୀବ ନାୟକ, ବିଦ୍ୟାଧର ମହାନ୍ତି, ସୁଧାକର ରାଉତ, ବିଜୟ ମାଝୀ, ଜାନୁ ମୁଖି, ଲକ୍ଷ୍ମୀପ୍ରିୟା ଦାସ, ଲମ୍ବୋଦର ଜେନା, ଘନଶ୍ୟାମ ବେହେରା ପ୍ରମୁଖ ଶତାଧିକ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ