ଆଦିବାସୀ ଅଧିକାର ସୁରକ୍ଷା ମଞ୍ଚ ତରଫରୁ ସତ୍ୟାଗ୍ରହ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଆଦିବାସୀମାନଙ୍କ ବିରୁଦ୍ଧରେ ମିଥ୍ୟ ମୋକଦ୍ଦମା ରୁଜୁ ପ୍ରତିବାଦରେ ଗଜପତି ଜିଲ୍ଲା ମୋହନା ଥାନା ସମ୍ମୁଖରେ ଆଜି ସୋମବାର ଆଦିବାସୀ ଅଧିକାର ସୁରକ୍ଷା ମଞ୍ଚର କର୍ମକର୍ତ୍ତାମାନେ ଧାରଣାରେ ବସି ସତ୍ୟାଗ୍ରହ ସହ ସ୍ୱେଚ୍ଛାକୃତ ଭାବେ ଜେଲଭରୋ ଆନ୍ଦୋଳନ କରିଥିବାର ଜଣାପଡିଛି । ଆଦିବାସୀ ବିରୁଦ୍ଧରେ ମୋହନା ପୋଲିସର ପାତର ଅନ୍ତର, ଜାତିଆଣ ମନୋବୃତି, ବେଆଇନ କାର୍ଯ୍ୟରେ ଅଭିଯୁକ୍ତଙ୍କୁ ଖୁଲମଖୋଲା ସହୟତା, ଆଦିବାସୀ ଶୋଷଣ ଓ ଆଦିବାସୀମାନଙ୍କ ବିରୁଦ୍ଧରେ ମିଥ୍ୟା ମକଦ୍ଦମା ରୁଜୁ କରୁଥିବା ଏହାର ପ୍ରତିବାଦରେ ମୋହନା ଥାନା ସମ୍ମୁଖରେ ଆଦିବାସୀମାନେ ଧାରଣାରେ ବସି ସତ୍ୟାଗ୍ରହ କରିବା ସହ ସ୍ୱେଚ୍ଛାକୃତ ଜେଲଭରୋ ଆନ୍ଦୋଳନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆଦିବାସୀ ଅଧିକାର ସୁରକ୍ଷା ମଞ୍ଚର ଶହ ଶହ ଆଦିବାସୀ ଗଜପତି ଜିଲ୍ଲାର ମୋହନା ବ୍ଲକ ଅନ୍ତର୍ଗତ ସାନଖଣି ଗ୍ରାମଠାରୁ ପଦଯାତ୍ରାରେ ବାହାରି ମୋହନା ହାଇସ୍କୁଲ ଛକଠାରେ ପହଁଚିବା ପରେ ଅନ୍ୟାନ୍ୟ ଗ୍ରାମର ଆନ୍ଦୋଳକାରୀଙ୍କ ସହ ମିଶି ହାଇସ୍କୁଲ ଛକଠାରୁ ମୋହନା ଥାନା ପର୍ଯ୍ୟନ୍ତ ର‌୍ୟାଲି କରି ମୋହନା ଥାନାରେ ପହଞ୍ôଚଥିଲେ । ଥାନା ସମ୍ମୁଖରେ ସମସ୍ତେ ଧାରଣାରେ ବସି ସତ୍ୟାଗ୍ରହ କରିବା ସହ ସ୍ୱେଚ୍ଛାକୃତ ଭାବେ ଜେଲଭରୋ ଆନ୍ଦୋଳନ କରି ଉପଯୁକ୍ତ ପଦକ୍ଷେପ ନିଆନଗଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଥିଲେ । ଏହି ଆନ୍ଦୋଳନରେ ବହୁ ସଂଖ୍ୟାରେ ଆଦିବାସୀ ଅଧିକାର ସୁରକ୍ଷା ମଞ୍ଚର ସଦସ୍ୟମାନେ ଉପସ୍ଥିତଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ମୋହନା ଥାନା ସମ୍ମୁଖରେ ଆବଶ୍ୟକୀୟ ପୋଲିସ ମୁତୟନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ