ଜେଆଇଟିଏମ ନନଟିଚିଙ୍ଗଷ୍ଟାଫ ୟୁନିଅନ ର ସାଙ୍ଗଠନିକ ବୈଠକ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) : ସ୍ଥାନୀୟ ସେଞ୍ଚରିଆନ ୟୁନିଭେରସିଟି ରେ କାର୍ଯ୍ୟରତ ସମସ୍ତ ନନଟିଚିଙ୍ଗ କର୍ମଚାରୀ ମାନଙ୍କ ର ବହୁବିଦ୍ଧ ସମସ୍ୟା କୁ ନେଇ ସଂଘ ର ଏକ ସାଙ୍ଗଠନିକ ବୈଠକ ଆର.ସୀତାପୁର ର କମ୍ୟୁନିଟି ହଲ ପରିସରରେ ରେ ଅନୁଷ୍ଠିତ ହୋଇଯାଇଛି I ରଞ୍ଜନ କୁମାର ସତପଥି ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସମସ୍ତ କର୍ମଚାରୀ ଭାଗ ନେଇ କାର୍ଯ୍ୟକ୍ଷେତ୍ରରେ ରହିଥିବା ବିଭିନ୍ନ ସମସ୍ୟା କୁ ଉତଥାପନ କରିଥିଲେ I କାର୍ଯ୍ୟରତ ନନଟିଚିଙ୍ଗ କର୍ମଚାରୀ ମାନେ ଦୀର୍ଘ ଦିନ ରୁ କାମ କରି ଆସୁଥିଲେ ମଧ୍ୟ ଚତୁର୍ଥ ଶ୍ରେଣୀ କର୍ମଚାରୀ ମାନଙ୍କ ଭଳି ନିୟମିତ କର୍ମଚାରୀ ର ମାନ୍ୟତା ମିଳିପାରୁନାହିଁ I ଶ୍ରମବିଭାଗ ର ସର୍ବନିମ୍ନ ମଜୁରୀ ଆଇନ କୁ ଖୋଲାଖୋଲି ଉଲଂଘନ କରାଯାଉଥିବା ବେଳେ, ଏହାକୁ ନେଇ ୟୁନିଭେରସିଟି ମ୍ୟାନେଜମେଣ୍ଟ ଙ୍କୁ ବାରମ୍ବାର ଅଭିଯୋଗ କରିଲେ ମଧ୍ୟ କୌଣସି ସମାଧାନ ହୋଇପାରୁନାହିଁ I କରୋନା ସମୟ ରେ ବକେୟା ଥିବା 2020 ମଇ ମାସ ଠାରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଦରମା ସହ ପୂର୍ବର 2017-19 ତିନିମାସ ର ବର୍ଦ୍ଧିତ ଦରମା ର ବକେୟା ଅର୍ଥ ପୈଠ, ନିୟମିତ କର୍ମଚାରୀ ମାନଙ୍କ ଭଳି ସବୈତନିକ ଛୁଟି ସହ ମହିଳା କର୍ମଚାରୀ ମାନଙ୍କ ପାଇଁ ପ୍ରସୂତିକାଳୀନ ଛୁଟି ପ୍ରଦାନ, ବଜାର ଦର ଅନୁସାରେ ଦରମା ବୃଦ୍ଧି, ଓ ଅବସର କାଳୀନ ସମୟ ସୀମା 60 ବର୍ଷ କୁ ବୃଦ୍ଧି ଆଦି ଦାବୀ କୁ ନେଇ ଆଲୋଚନା ପ୍ରକାରେ ଏକ ସ୍ମାରକପତ୍ର ପ୍ରସ୍ତୁତ କରାଯାଇଥିଲା, ଏହାକୁ ନେଇ ଆଗାମୀ ଦିନ ରେ ମ୍ୟାନେଜମେଣ୍ଟ ସହ ଆଲୋଚନା ପ୍ରକାରେ ସମାଧାନ ପାଇଁ ସମାଧାନ କରାଯିବ ନଚେତ ଆଗାମୀ ଦିନ ରେ ଆନ୍ଦୋଳନାତ୍ମକ ପନ୍ଥା ଆପେଣେଇବାକୁ ସଂଘ ବାଧ୍ୟ ହେବ ବୋଲି ସର୍ବସମ୍ମତି କ୍ରମେ ନିଷ୍ପତି ନିଆଯାଇଥିଲା I ଆଇଏଫଟିୟୁ ର ରାଜ୍ୟ ଆବାହକ ପ୍ରତାପ ପ୍ରଧାନ, କେଦାର ସବର ଯୋଗ ଦେଇ ସେଞ୍ଚୁରିଆନ ମ୍ୟାନେଜମେଣ୍ଟ ର କର୍ମଚାରୀ ମାରଣନୀତି କୁ ଦୃଢ ନିନ୍ଦା କରିବା ସହିତ ଆଗାମୀ ଦିନ ରେ କର୍ମଚାରୀ ମାନେ ସଙ୍ଘଠନ କୁ ସୁଦୃଢ କରି ଏକାତାବଦ୍ଧ ହୋଇ ଲଢେଇ କରିବାକୁ ଆହ୍ୱାନ କରିଥିଲେ I ଉକ୍ତ କାର୍ଯ୍ୟକ୍ରମ ରେ ସଂଘ ର ସମ୍ପାଦକ ଏ.ସତ୍ୟନାରାୟଣ ରାଜୁ, ନରସିଂହ ମାଳ ବିଷୋୟୀ, ଆର.ଲୋକନାଥ,ସଂଘ ର ଉପସଭାପତି କେ.ରାଜା ରାଓ, କ୍ରିଷ୍ଣାମୂର୍ତ୍ତୀ, କେ.ପାର୍ବତୀ, ସୁଲଚନା ପ୍ରମୁଖ ପରିଚାଳନା କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ