ପୂର୍ବତନ ଇଜିପ୍ଟ ରାଷ୍ଟ୍ରପତି ହୋସ୍‌ନି ମୁବାରକଙ୍କ ପରଲୋକ

କାଇରୋ : ଇଜିପ୍ଟ ରାଷ୍ଟ୍ରପତି ହୋସ୍‌ନି ମୁବାରକଙ୍କ ପରଲୋକ ହୋଇଛି । ୩୦ ବର୍ଷ ଧରି ମଧ୍ୟପ୍ରାଚ୍ୟକୁ ଶାସନ କରିଥିବା ମୁବାରକଙ୍କ ମଙ୍ଗଳବାର ଦିନ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ମୁବାରକଙ୍କୁ ୯୧ ବର୍ଷ ହୋଇଥିଲା । ଆମେରିକା ଏବଂ ଇସ୍ରାଏଲ୍‌ର ସହାୟତାରେ ଇସ୍‌ଲାମିକ ଆତଙ୍କବାଦ ବିପକ୍ଷରେ ମୁବାରକ୍‌ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ମାତ୍ର ୨୦୧୧ରେ କାଇରୋରେ ୧୮ ଦିନ ବ୍ୟାପୀ ଆନ୍ଦୋଳନ ଫଳରେ ମୁବାରକ କ୍ଷମତାଚ୍ୟୁତ ହୋଇଥିଲେ । ଟ୍ୟୁନିସିଆ ବିପ୍ଲବ ଦ୍ବାରା ପ୍ରଭାବିତ ହୋଇ ଇଜିପ୍ଟର ଯୁବକ ମାନଙ୍କ ଦ୍ବାରା ଆନ୍ଦୋଳନ କରାଯିବା ଫଳରେ ମୁବାରକ କ୍ଷମତାଚ୍ୟୁତ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ