ଆନ୍ତର୍ଜାତିକ ପଥ ବିକ୍ରେତା ଦିବସ : ଓଡ଼ିଶାରେ ପଥ ବିକ୍ରେତା ଆଇନ କାର୍ଯ୍ୟକାରୀ ଦାବି
ବାଲେଶ୍ୱର, (ସରୋଜ ପଣ୍ଡା) :-ଓଡ଼ିଶା ପଥ ବିକ୍ରେତା ସଂଘ,ବାଲେଶ୍ୱର ଶାଖା ପକ୍ଷରୁ ଆନ୍ତର୍ଜାତିକ ପଦ ବିକ୍ରେତା ଦିବସ ବା ÷କର ଦିବସ ଗୁରୁବାର ପାଳିତ ହୋଇଯାଇଛି । ଏହି ପରିପେକ୍ଷୀରେ ସହରର ଉଠାଦୋକନୀମାନେ ଏକ ଶୋଭାଯାତ୍ରାରେ ସହର ପରିକ୍ରମା ସହ ଉପ-ଜିଲାପାଳଙ୍କ କାର୍ଯ୍ୟାଳୟଠାରେ ପହଞ୍ôଚଥିଲା । ସେଠାରେ ଆୟୋଜିତ ସମାବେଶରେ ଓଡ଼ିଶା ପଥବିକ୍ରେତା ସଂଘ ସଭାପତି ତଥା ନ୍ୟାସନାଲ ହକର ଫେଡେରେସନର ଅତିରିକ୍ତ ସାଧାରଣ ସମ୍ପାଦକ ଜୟନ୍ତ ଦାସ ସଭାପତିତ୍ୱ କରିବା ସହିତ ଆନ୍ତର୍ଜାତିକ ଉଠା ଦୋକାନ ଦିବସ ପାଳନର ଯଥାର୍ଥତା ସମ୍ପର୍କରେ ଆଲୋଚନା କରିଥିଲେ । ବିଶେଷ କରି ଉଠା ଦୋକାନୀଙ୍କ ସ୍ୱାର୍ଥରକ୍ଷା ଓ ସାମାଜିକ ସୁରକ୍ଷାରେ ଭାରତ ସରକାରଙ୍କ ପଥବିକ୍ରେତା ଆଇନ ଓଡ଼ିଶାରେ କାର୍ଯ୍ୟକାରୀ ନେଇ ରାଜ୍ୟ ସରକାରଙ୍କ କାଳକ୍ଷେପଣ ନୀତି ସମ୍ପର୍କରେ ସେ ଆଲୋଚନା କରିଥିଲେ । ଏହା ସହିତ ନ୍ୟାସନାଲ ହକର ଫେଡେରେସନର ପରିବେଶ ସୁରକ୍ଷା ନେଇ ସଂକଳ ସମ୍ପର୍କରେ ସୂଚନା ଦେଇ ସମସ୍ତଙ୍କ ଜୀବିକା ସୁରକ୍ଷିତ ରଖିବାକୁ ଶ୍ରୀ ଦାସ ଆହ୍ୱାନ ଦେଇଥିଲେ । ଭିଟାମାଟି ସୁରକ୍ଷା ଆନ୍ଦୋଳନର ନେତା ଅରୁଣ ଜେନା, ପଥବିକ୍ରେତା ସଂଘର ଉପ-ସଭାପତି ଆବିଦ୍ ଖାନ୍, ସମ୍ପାଦକ ମୋହିନୀ ମୋହନ ପରିଡ଼ା, ସହ-ସମ୍ପାଦକ ଅଭିରାମ ବାରିକ୍, ମନୋଜ ରାଠୋର, ଟିଭିସି ସଦସ୍ୟ ରାମଚନ୍ଦ୍ର ପରିଡ଼ା, ଟିପିରି ସିଂ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଉଠା ଦୋକାନୀମାନେ ସାମନା କରୁଥିବା ସମସ୍ୟା ଓ ତା’ର ନିରାକରଣର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ । ସହରରେ ଚିହ୍ନଟ ପଥବିକ୍ରେତା ଓ ପ୍ରଧାନମନ୍ତ୍ରୀ ସ୍ୱନିଧି ଋଣ ଯୋଜନାରେ ଏଲ୍.ଓ.ଆର. ଭିତ୍ତିିରେ ଚିହ୍ନିତ ସମସ୍ତ ଉଠା-ଦୋକାନୀଙ୍କ ପ୍ରମାଣପତ୍ର ପ୍ରଦାନ, ଇ-କମର୍ସରେ ବିଦେଶୀ ଓ ଦେଶୀ ବହୁଜାତୀୟ ପୁଞ୍ଜି ଲଗାଣ ଉପରେ ଅଙ୍କୁଶ, ବାଲେଶ୍ୱର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମିଶନ ଶକ୍ତିର ସପିଙ୍ଗ୍ କମ୍ପେ୍ଲକ୍ସ ନିର୍ମାଣ ବନ୍ଦ ସହ ନିର୍ମାଣାଧୀନ ଗୃହ ସ୍ୱାଧୀନତା ଆନ୍ଦୋଳନ ସଂଗ୍ରହାଳୟ ରେ ପରିଣତ ପାଇଁ ଉଠାଦୋକାନୀ ସଂଘର କର୍ମକର୍ତ୍ତାମାନେ ଦାବି କରିଥିଲେ । ଏହା ସହିତ ପରିବେଶ ସୁରକ୍ଷା ପାଇଁ ଅବିଳମ୍ବେ କୋଇଲା ଖଣି ଖନନ ବନ୍ଦ କରି ଅକ୍ଷୟ ଉର୍ଜା ବ୍ୟବହାର ଓ ପ୍ରୋତ୍ସାହନ ପାଇଁ ସେମାନେ ଦାବି କରିଥିଲେ । ଏହିକ୍ରମରେ ସହର ବିକାଶ ନାମରେ ଆଖିବୁଜା ଗଛ କାଟିବା ବନ୍ଦ ସହ ପ୍ରତ୍ୟେକ ରାସ୍ତା ପାଶ୍ୱର୍ରେ ବୃକ୍ଷରୋପଣ କରିବାକୁ ନିବେଦନ କରିଥିଲେ । ପରେ ସଂଘର ଏକ ପ୍ରତିନିଧି ଦଳ ଉଠାଦୋକାନୀଙ୍କ ସମସ୍ୟା ସମାଧାନ ଦାବିରେ ଉପ-ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ପୂର୍ଣ୍ଣ ଦାସ, ସହଦେବ ମହାନ୍ତି, ସେକ୍ ଆଦିଲ୍ ଅଲି, ରତନ ଗିରି, ରାଜେଶ ପଣ୍ଡା, ଦିବାକର ଜେନା, ରେଶମା ବିବି, ସାରଥୀ ମହାନ୍ତ, ଫୁଲମଣି ସିଂ, ଜୟନ୍ତୀ ଦାସ, ପ୍ରଶାନ୍ତ ସେଠୀ, ପ୍ରଦୀପ ସେଣ, ଶରତ କୁମାର ସେଠୀ, ନିତ୍ୟଚରଣ ସାହୁ, ବରୁଣ କୁମାର ଦାସ, ଶଶଧର ନାଥ, ଶରତ କୁମାର ରାୟ, ବିଜୟ ବାରିକ୍, ସେକ୍ ସଫିବୁଲ୍, ରାମଜୀ ପାଣ୍ଡେ, ସେକ୍ ରାଜିକ୍, ରହିମ୍ ଖାନ୍, ସେକ୍ ରିୟାଜ୍, ମହମ୍ମଦ ମୁସ୍ତାଫା, କୁଳମଣି ସାହୁ ପ୍ରମୁଖ ଏହି ସମାବେଶ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।


