ବାଲି ଚୋରା ଚାଲାଣ ବନ୍ଦ ଦାବିରେ ଜିଲ୍ଲାପାଳଙ୍କୁ ଫେରାଦ

ବାଲେଶ୍ୱର, (ସରୋଜ ପଣ୍ଡା) :-ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହାନୀକୁ ଅଣଦେଖା କରାଯାଇ ରେମୁଣା ତହସିଲ ପ୍ରୋତ୍ସାହନରେ ବଡ଼ ଧରଣର ର‌୍ୟାକେଟ ବାଲି ଚୋରା କାରବାର ଚଳାଇଥିବା ସ୍ଥାନୀୟ ବାସିନ୍ଦାମାନେ ଜିଲ୍ଲାପାଳଙ୍କଠାରେ ଅଭିଯୋଗ କରିଛନ୍ତି । ରେମୁଣା ବ୍ଲକ ଅନ୍ତର୍ଗତ ତେନ୍ତୁଳିଦା ପଞ୍ଚାୟତର ପୁରୁଖି ଗ୍ରାମର ଜନୈକ ବ୍ୟକ୍ତି ସୋନନଦୀ ଗର୍ଭରୁ ବେଆଇନ ବାଲି ଉତ୍ତୋଳନ ସହ ନଦୀବନ୍ଧ ମାଟି ଇଟା ଭାଟିରେ ବ୍ୟବହାର କରୁଥିବା ନେଇ ଗ୍ରାମବାସୀମାନେ ପୂର୍ବରୁ ଆପତ୍ତି ଉଠାଇଥିଲେ । ସେହି କ୍ରମରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ୨୦୧୮ ମସିହାରେ ଚଢଉ କରାଯାଇ ବେଆଇନ ବାଲି ଖାଦାନ ଓ ଇଟାଭାଟି ବନ୍ଦ ସହ ଏକାଧିକ ଗାଡ଼ି ଓ ମେସିନ ଆଦି ଜବତ କରାଯାଇଥିଲା । ତତ୍କାଳୀନ ତହସିଲଦାର ଅଭିଯୁକ୍ତଙ୍କ ଉପରେ ୫ଲକ୍ଷ ୬୦ହଜାର ଟଙ୍କାର ଜରିମାନା କରିଥିଲେ । ମାତ୍ର ଅଦ୍ୟାବଧି ସେହି ଜରିମାନା ରାଶି ଆଦାୟହୋଇ ନଥିବା ବେଳେ ତହସିଲ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନଥିବା ଗ୍ରାମବାସୀମାନେ କ୍ଷୋଭର ସହ ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ ବାରମ୍ବାର ତହସିଲଦାରଙ୍କ ନିକଟରେ ଆପତ୍ତି କରାଯାଉ ଥିବାବେଳେ କାର୍ଯ୍ୟାନୁଷ୍ଠାନ ନ ହେବାରୁ ସମ୍ପୃକ୍ତ ଅଭିଯୁକ୍ତ ପୂର୍ବଭଳି ବାଲି ଚୋରା ଚାଲାଣ ସାଙ୍ଗକୁ ବେଆଇନ ଇଟା ବେଫିକର ଚଳାଇ ରଖିଥିବା ଗ୍ରାମବାସୀମାନେ କହିଛନ୍ତି । ବାରମ୍ବାର ଅଭିଯୋଗ ହେବାରୁ ଏବର ତହସିଲଦାରଙ୍କ ନିର୍ଦ୍ଦେଶ କ୍ରମେ କୁରୁଣିଆ ଆରଆଇ ନିୟମିତ ବ୍ୟବଧାନରେ ଏକ କେସ ଦାୟର କରି ତହସିଲ କାର୍ଯ୍ୟାଳୟକୁ ପଠାଇ ଦେଉଛନ୍ତି । ଅନ୍ୟପକ୍ଷରେ ବଢ଼ି ଚାଲିଥିବା ବେଆଇନ ବାଲି ଉତ୍ତୋଳନ ଯୋଗୁଁ ନଦୀର ବିଭିନ୍ନ ସ୍ଥାନରେ ଗଣ୍ଡ ସୃଷ୍ଟି ହୋଇ ସ୍ଥାନୀୟ ଅଞ୍ଚଳ ପାଇଁ ବିପଦ ଆଣିଛି ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି । ଏ ବାବଦରେ ଉଚ୍ଚସ୍ତରୀୟ ତଦନ୍ତ ସହ ତୁରନ୍ତ ଉଚିତ କାର୍ଯ୍ୟାନୁଷ୍ଠାନ ପାଇଁ ଗ୍ରାମବାସୀମାନେ ଜିଲାପାଳଙ୍କୁ ଏକ ଦାବିପତ୍ର କରିଛନ୍ତି । ଦାବିପତ୍ର ପ୍ରଦାନ ବେଳେ ସୁଦର୍ଶନ ସିଂହ, ପ୍ରଫୁଲ ରାଉତ, ଦିବାକର ପଲେଇ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ