ଆନ୍ଧ୍ର ପ୍ରଦେଶ ରାଜ୍ୟପାଳଙ୍କୁ କମ୍ରେଡ଼ : ବନମାଳୀ ଜେନା ସ୍ମୃତି ସମ୍ମାନ ପ୍ରଦାନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :କମ୍ରେଡ଼ ବନମାଳୀ ଜେନା ଜନ୍ମ ଶତବାର୍ଷିକୀ ଉପଲକ୍ଷେ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ଶ୍ରୀଯୁକ୍ତ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ କମ୍ରେଡ଼ ବନମାଳୀ ଜେନା ସ୍ମୃତି ସମ୍ମାନ ପ୍ରଦାନ କରାଯାଇଛି । ସ୍ମୃତି କମିଟି ତରଫରୁ ଆଜି ପୂର୍ବାହ୍ନରେ ଶ୍ରୀଯୁକ୍ତ ହରିଚନ୍ଦନଙ୍କ ବାସଭବନରେ ରୌପ ମୟୁର ଏବଂ ଉତ୍ତରୀୟ ଦେଇ ଏହି ସମ୍ମାନିତ କରାଯାଇ ଥିଲା । ସ୍ମୃତି କମିଟିର ଆୟୋଜକ ଅଭୟ ବଡ଼ଜେନା, ଅକ୍ଷୟ କୁମାର ଦାସ, ରଞ୍ଜନ କୁମାର ଜେନା, ବିଜୟ କୁମାର ଜେନା ଓ ଅମରେନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଏହି ସମ୍ମାନ ପ୍ରଦାନ କରିଥିଲେ । ସମ୍ମାନ ଗ୍ରହଣ ପରେ ଶ୍ରୀଯୁକ୍ତ ହରିଚନ୍ଦନ କହିଥିଲେ ଯେ, ବନମାଳୀ ଜେନା ଜଣେ ସଚ୍ଚୋଟ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ । ତାଙ୍କ କାର୍ଯ୍ୟ ଦକ୍ଷତା ଓ ନିଷ୍ଠାପର ଯୋଗୁ ସେ ସାରା ଭୁବନେଶ୍ୱରରେ ଲୋକପ୍ରିୟତା ଅର୍ଜନ କରିଥିଲେ । ସେ ମଣିଷ ଭିତରେ ହୀରା ଓ ସଚ୍ଚୋଟ ଓଡ଼ିଆ ଭାବରେ ଗର୍ବିତ ଥିଲେ । ତାଙ୍କ ଆଦର୍ଶ ରେ ଆଜିର ଯୁବପିଢି ଅନୁପ୍ରାଣିତ ହେଲେ ଓଡ଼ିଶା ବିଶେଷ କରି ରାଜଧାନୀବାସୀଙ୍କ ସାମୂହିକ ସମସ୍ୟା ଦୂର ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ