୧୩ତମ ଆଦିବାସୀ ଯୁବ ବିନିମୟ କାର୍ଯ୍ୟକ୍ରମ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ବାମପନ୍ଥୀ, ବିଚ୍ଛିନ୍ନତାବାଦର ମୂଳପୋଛ, ସରକାରଙ୍କ ବିରୁଦ୍ଧରେ ବାମପନ୍ଥୀ ବିଚ୍ଛିନ୍ନତାବାଦୀଙ୍କ ମିଥ୍ୟା ପ୍ରଚାର ଠାରୁ ନିବୃତ୍ତ ଏବଂ ବାମପନ୍ଥୀ କାର୍ଯ୍ୟକଳାପ ଠାରୁ ଦୂରରେ ରହି ସରକାରଙ୍କ ନିକଟରେ ଆତ୍ମ ସମର୍ପଣ କରି ସରକାରଙ୍କ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରି ଦେଶ ଗଠନରେ ସାମିଲ୍ ହେବା ଲାଗି ଆଦିବାସୀ ଯୁବକ, ଯୁବତୀମାନଙ୍କୁ ଆହ୍ୱାନ ଜଣାଇଛନ୍ତି ଓଡ଼ିଶା ସରକାରଙ୍କ ସ୍ୱତନ୍ତ୍ର ଗୋଇନ୍ଦା ବିଭାଗର ଡ଼ିଆଇଜି ଅନିରୁଦ୍ଧ ସିଂ । ଭୁବନେଶ୍ୱର କିଟ୍ ପରିସର ମଧ୍ୟରେ ଭାରତ ସରକାରଙ୍କ ଯୁବବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ନେହେରୁ ଯୁବକେନ୍ଦ୍ର ସଂଗଠନ ଏବଂ ଗୃହ ମନ୍ତ୍ରଣାଳୟର ମିିଳିତ ପ୍ରୟାସରେ ଚାଲିଥିବା ୧୩ତମ ଆଦିବାସୀ ଯୁବ ବିନିମୟ କାର୍ଯ୍ୟକ୍ରମରେ ଶ୍ରୀ ସିଂ ଯୋଗଦେଇ ଛତିଶଗଡ଼ ଏବଂ ଝାରଖଣ୍ଡ ରାଜ୍ୟରୁ ଆସିଥିବା ୨୦୦ ଯୁବକ, ଯୁବତୀ ମାନଙ୍କୁ ହୃଦୟସ୍ପର୍ଶୀ ଉଦ୍‌ବୋଧନ ଦେଇ ମନ ଜିଣି ନେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ନେହେରୁ ଯୁବକେନ୍ଦ୍ର ସଂଗଠନ ଓଡ଼ିଶାର ଆଞ୍ଚଳିକ ନିର୍ଦ୍ଦେଶିକା ରୀତା ଭଗତ, ଉପନିର୍ଦ୍ଦେଶକ ବିମଲ ପାଟ୍ରିକ ଶାହା, କେନ୍ଦୁଝର ଜିଲ୍ଲାର ଯୁବ ଅଧିକାରୀ ବସୁନ୍ଧରା ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ