ଆପ ଡାଉଡ଼ଲୋଡ କରିବାକୁ କହି ଅଧ୍ୟାପକଙ୍କ ଠାରୁ ଲୁଟିନେଲେ ଲକ୍ଷେ ଟଙ୍କା

ହାଟଡ଼ିହି, (ବିକାଶ ବିଶ୍ୱାଳ):ଏବେ ସାଇବର ଅପରାଧିଙ୍କ ଉତ୍ପାତ ଦିନକୁ ଦିନ ବଢ଼ି ବଢ଼ି ଚାଲିଛି । ଦିନକୁ ଦିନ ଭିନ୍ନ ଭିନ୍ନ ଢ଼ଙ୍ଗ ବଦଳାଇ ଭିନ୍ନ ଭିନ୍ନ ଉପାୟରେ ଲୋକଙ୍କ ଠାରୁ ଲୁଟି ଚାଲିଛନ୍ତି ଲକ୍ଷ ଲକ୍ଷ ଟଙ୍କା । ଗତକାଲି ହାଯଡିହି ଅଞ୍ଚଳର ଜଣେ ଅଧ୍ୟାପକଙ୍କ ଠାରୁ ଅଭିନବ ଉପାୟରେ ଲକ୍ଷେ ଯଙ୍କା ଲୁଟି ନେଇ ଥିବା ଜଣାଯାଇଛି । ନିଜ ନାମ ପ୍ରକାଶ ନକରିବା ସର୍ତ୍ତରେ ଅଧ୍ୟାପକ ଜଣକ କହିଛନଦ୍ତି ଯୌ ତାଙ୍କ ପାଖକୁ ଏକ ମେସେଜ ଆସିଲା ଯେ ତୁମେ ଦଶ ହଜାର ଟଙ୍କା ପାଇବାପାଇଁ ଯୋଗ୍ୟ ବିବେଚିତ ହୋଇଛ । ତେଣୁ ଟିମ ଭିଓର ଆପ ଇନଷ୍ଟାଲ କର । ଆମେ ତୁମ ପାଖକୁ ସଙ୍ଗେ ସଙ୍ଗେ ଦଶ ହଜାର ଟଙ୍କା ପଠାଇ ଦେବୁ । ତେଣୁ ଦଶ ହଜାର ପାଇବା ଲୋଭରେ ଅଧ୍ୟାପକ ଜଣକ ଟିମ ଭିଓର ଆପ ଇନଷ୍ଟାଲ ଅପଲୋଡ କରି ତାଙ୍କୁ ପାସୱାର୍ଡ ଦେଇଦେଲେ । ସେ ବ୍ୟାଙ୍କ ଏକାଉଣ୍ଟ ନମ୍ବର ଓ ପାସୱାର୍ଡ ଦେବାମାତ୍ରେ ସେ ମାତ୍ର ୧୦ ମିନିଟ ଭିତରେ ୯ହଜାର ୯୯୯ ଲେଖାଏଁ ଦଶ ଥରରେ ଲକ୍ଷେ ଟଙ୍କା ନେଇ ଗଲେ । ଅଧ୍ୟାପକ ଜଣକ ମୋବାଇଲ ଧରିଛନ୍ତି ଓ ତାଙ୍କ ମୋବାଇଲକୁ ସେମାନେ ଅପରେଯ କରି ଏପରି ଟଙ୍କା ଉଠାଇ ଚାଲିଛନ୍ତି । ତାପରେ ତା ପରେ ମେସେଜ ଗୁଡିକ ଆସୁଥିବା ଦେଖି ଅଧ୍ୟାପକ ଜଣକ ହତବାକ ହୋଇ ଯାଇଥିଲେ । ସେ ମୋବାଇଲ ସୁଇଜ ବନ୍ଦ କରିବା ପୁର୍ବରୁ ଲକ୍ଷେ ଟଙ୍କା ଚାଲି ଯାଇଥିଲା । ଏନେଇ ଅଧ୍ୟାପକ ଜଣକ ସାଇବର ଥାନାରେ ଅଭିଯୋଗ କରିବେ ବୋଲି କହିଛନ୍ତି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ