କୁଇଜରେ ପ୍ରଥମ ସ୍ଥାନ ହାସଲ କଲେ ରୁଦ୍ର ନାରାୟଣ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ସ୍ତରୀୟ ସୁରଭୀ କାର୍ଯ୍ୟକ୍ରମରେ ଅନୁଷ୍ଠିତ କୁଇଜ ପ୍ରତିଯୋଗୀତାରେ ସୁବର୍ଣ୍ଣେଶ୍ୱର ହାଇସ୍କୁଲ ସୁଲଣର ଛାତ୍ର ରୁଦ୍ର ନାରାୟଣ ରାଉତ ପ୍ରଥମ ସ୍ଥାନ ହାସଲ କରିଛନ୍ତି । ସେ ଅଷ୍ଟମ ଶ୍ରେଣୀରେ ଏନ.ଏମ.ଏମ.ଏସ ବୃତ୍ତି ପରୀକ୍ଷାରେ ସଫଳତା ହାସଲ କରିଥିବାବେଳେ ୯ମ ଶ୍ରେଣୀରେ ଏଆରଟିଏସ ପାଇବାରେ ମଧ୍ୟ ସଫଳତା ଅର୍ଜନ କରିଥିଲେ । ଜଳସରପୁର ଗ୍ରାମର ଦିଲିପ କୁମାର ରାଉତ ଓ ସରୋଜିନୀ ରଉତଙ୍କ ସୁପୁତ୍ର ରୁଦ୍ର ନାରାୟଣ ଜଣେ ମେଧାବୀ ଛାତ୍ର ଭାବେ ସମଗ୍ର ଅଞ୍ଚଳରେ ପରିଚିତ । ଆଜିର ଏହି ସଫଳତା ମିଳିବାପରେ ବିଧାୟକ ଭାଗିରଥି ସେଠୀ, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଏବିଇଓ ଧନେଶ୍ୱର ଖଣ୍ଡେଇ, ସୁରେଶ କୁମାର ଜେନା ପ୍ରମୁଖ ତାଙ୍କୁ ମାନପତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ତାଙ୍କର ଏହି ସଫଳତାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ମାନେ ଖୁସି ବ୍ୟକ୍ତ କରିବା ସହିତ ତାର ଉାତ୍ତାରତର ଉନ୍ନତି କାମନା କରିଛନ୍ତି ।


