ଆଭାସୀ ବାଳ ମୁକୁନ୍ଦରେ ଉତ୍ତରାୟଣ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) : କଲ୍ୟାଣକାରୀ ସୂର୍ଯ୍ୟଙ୍କ ଗତି ଦକ୍ଷିଣାୟନରୁ ଉତ୍ତରାୟଣ ମକର ସଂକ୍ରାନ୍ତି ଦିନଠାରୁ ଆରମ୍ଭ ହୁଏ l ସେହିଦିନ ଜଗଦଗୁରୁ ଶ୍ରୀକୃପାଳୁଜୀ ମହାରାଜଙ୍କୁ କାଶୀ ଠାରେ ଜଗଦଗୁରୁତ୍ତମ ଉପାଧିରେ ଅଳଙ୍କୃତ କରାଯାଇଥିଲା l ଏହି ଅବସରରେ ବାଳ ମୁକୁନ୍ଦରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଥିଲା l ପ୍ରଥମେ ଗୀତା ପଠନ, ପ୍ରାର୍ଥନା ଏବଂ ଜଗଦଗୁରୁଙ୍କ ଆରତୀ ପରେ ସ୍ୱାମୀ ନିଗମାନନ୍ଦଜୀ ଉତ୍ତରାୟଣର ମହତ୍ତ୍ୱ ବିଷୟରେ ବୁଝାଇଥିଲେ l ଦ୍ଵିତୀୟ କଳାଂଶରେ ମନୋରମା ପତି ପିଲାମାନଙ୍କର ଭଲକାର୍ଯ୍ୟ ଗୁଡିକ ଆଲୋଚନା କରିଥିଲେ l ଶେଷରେ ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ଆଗାମୀ କାର୍ଯ୍ୟକ୍ରମର ସୂଚନା ଦେବା ସହ ଧନ୍ୟବାଦ ଅର୍ପଣ କରିଥିଲେ l


