- କଳାହାଣ୍ଡି,(ଓ୍ବାଇଏନ୍ଏସ୍):କଳାହାଣ୍ଡି ଜିଲ୍ଲା ସୀମାନ୍ତ କୋକସରା ବ୍ଲକ ଆମପାଣି ଜନଜାତି ଆବାସିକ ବିଦ୍ୟାଳୟରେ ଅସ୍ଥାୟୀ ସଂଗରୋଧ ଗୃହରୁ ଗତକାଲି ରାତିରେ ୨୫ ଜଣ ଶ୍ରମିକ ଫେରାର ହୋଇଥିବା ଜଣାପଡିଛି ରାଜ୍ୟ ବାହାରୁ ଆସୁଥିବା ଶ୍ରମିକ ମାନଙ୍କୁ ଏହି ସଂଗରୋଧ ଗୃହରେ କଳାହାଣ୍ଡି ପ୍ରଶାସନ ଦ୍ୱାରା ରଖିବା ବ୍ୟବସ୍ଥା କରାଯାଇଛି ଲକଡାଉନ ଯୋଗୁ ରାଜ୍ୟ ବାହାରୁ ଓ ଜିଲ୍ଲାର ବିଭିନ୍ନ ସ୍ଥାନରେ କାମ କରୁଥିବା ଶ୍ରମିକ ମାନେ ଘରମୁହାଁ ହୋଇଛନ୍ତି ମୋଟ ୬୪ ଜଣ ଶ୍ରମିକ ଏହି ସଂଗରୋଧ ରହୁଥିଲେ ତେବେ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅଂଚଳର ୨୬ ଜଣ ଶ୍ରମିକ ଫୁଲବାଣୀରୁ ଚାଲି ଚାଲି ଫେରୁଥିବା ସମୟରେ ଆମପାଣି ପୋଲିସ ସେମାନଙ୍କୁ ଅଟକ ରଖି ବ୍ଲକ ପ୍ରଶାସନ ସହାୟତାରେ ସଂଗରୋଧ ଗୃହରେ ରଖିଥିଲେ ତେବେ ଗତକାଲି କୌଶଳ କ୍ରମେ ୨୫ ଜଣ ଶ୍ରମିକ ମାନେ ଫେରାର ହୋଇଥିବା ଜଣା ପଡିବାପରେ ଆଜି ସକାଳୁ ଘଟଣାସ୍ଥଳରେ କୋକସରା ବ୍ଲକ ତହସିଲଦାର ବିଡ଼ିଓ ପହଞ୍ଚି ତଦନ୍ତ କରୁଥିବା ଦେଖିବାକୁ ମିଳିଛି