ଆମ୍ ଆଦମୀ ପାର୍ଟି କାର୍ଯ୍ୟକାରୀ କମିଟିର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ ଆମ୍ ଆଦମୀ ପାର୍ଟି କାର୍ଯ୍ୟକାରୀ କମିଟିର ଏକ ପ୍ରସ୍ତୁତି ବୈଠକ କନ୍ଧମାଳ ଜିଲ୍ଲା ଉପ ସଭାପତି ଯୌବନ ମଲ୍ଲିକଙ୍କ ସଭାପତିତ୍ବରେ ବାଲିଗୁଡା ଠାରେ ଅନୁଷ୍ଠିତ ହୋଇଯାଇଛି l ବୈଠକକୁ ଜିଲ୍ଲା ଆଇନ ପରାମର୍ଶଦାତା ରଜତ କୁମାର ନାୟକ ପରିଚାଳନା କରି ସକ୍ରିୟ କାର୍ଯ୍ୟକର୍ତ୍ତା ଜିଲ୍ଲାର ସମସ୍ତ ଅଂଚଳରୁ ଭାଗନେଇ ଆଗାମୀ ଜିଲ୍ଲା ସମ୍ମିଳନୀକୁ କିପରି ସଫଳତା ପୂର୍ବକ ସମାପନ କରିବେ ତାହା ଉପରେ ଗୁରୁତ୍ୱ ଆରୋପ କରିଥିଲେ l ଜିଲ୍ଲାରେ ସଭ୍ୟ ସଂଗ୍ରହ ଏବଂ ଆର୍ଥିକ ସହାୟତା ପାଇଁ ସମସ୍ତେ ସହମତ ହୋଇଥିଲେ l କନ୍ଧମାଳ ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ ଆଦିତ୍ୟ ରଥ ଭିଡ଼ିଓ କନଫରେନ୍ସ ମାଧ୍ୟ୍ୟମରେ ଜିଲ୍ଲା ଆବାହକ ବଳରାମ ଦିଗାଲ ଏବଂ ଉପସ୍ଥିତ କାର୍ଯ୍ୟକର୍ତ୍ତାଙ୍କ ସହ ଯୋଗଯୋଗ କରି କନ୍ଧମାଳ ଜିଲ୍ଲା କାର୍ଯ୍ୟକର୍ତ୍ତା ସମ୍ମିଳନୀ ଆଗାମୀ ସେପ୍ଟେମ୍ବର ୧୨ ତାରିଖରେ ଫୁଲବାଣୀ ଠାରେ ଆୟୋଜନ କରିବା ପାଇଁ ନିଷ୍ପତି ନିଆଯିବା ସହ ସଂଗଠନକୁ ଅଧିକ କ୍ରିୟାଶିଳ କରିବାକୁ ଜିଲ୍ଲା ସମ୍ମିଳନୀରେ ଆଲୋଚନା ହେବ ବୋଲି ମତ ରଖିଥିଲେ l ଜିଲ୍ଲା ଆର୍ଥିକ ପରାମର୍ଶଦାତା ଜେରବାସ ଦିଗାଲଙ୍କ ସହ ସବୁ ବ୍ଲକ, ବିଜ୍ଞାପିତ ଅଂଚଳ ପରିଷଦ ଏବଂ ଫୁଲବାଣୀ ମୁନିସିପାଲିଟିରୁ ୨୫ ରୁ ଅଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ l ଜିଲ୍ଲାର ଅନ୍ୟତମ ଉପ ସଭାପତି ଗିରିଶ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ଉତ୍ସାହିତ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ