ଆମ ଓଡିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ ନେଇ ଛତ୍ରପୁର ବ୍ଲକ ସ୍ତରୀୟ ପ୍ରସ୍ତୁତି ବୈଠକ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ) :ରାଜ୍ୟ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟ ଓ ବିଭିନ୍ନ ବିକାଶ କାର୍ଯ୍ୟ ସମ୍ପର୍କରେ ଗାଁ ଗାଁ ର ଲୋକଙ୍କୁ ସଚେତନ କରିବା ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ରବିବାର ଗଞ୍ଜାମ ଜିଲ୍ଲା ର ଛତ୍ରପୁର ବ୍ଲକ ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ବ୍ଲକ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । ଆମ ଓଡିଶା -ନବୀନ ଓଡିଶା କାର୍ଯ୍ୟକ୍ରମ ମାଧ୍ୟମରେ ପଂଚାୟତ ସ୍ତରରେ ଲୋକଙ୍କୁ ବିଭିନ୍ନ ଯୋଜନା ସହିତ ପଂଚାୟତର ବିକାଶ କାର୍ଯ୍ୟ ସମ୍ପର୍କରେ ସଚେତନତା କରାଯିବ । ବିଏସକେୱାଇ କାର୍ଡ, ସାମାଜିକ ସୁରକ୍ଷା, ଜଗନ୍ନାଥ ସଂସ୍କୃତି ,ମିଶନ ଶକ୍ତି ସମେତ ବିଭିନ୍ନ ବିକାଶ ଏବଂ ପଂଚାୟତ ସ୍ତରରେ ହୋଇଥିବା ବଡ ବଡ ପ୍ରକଳ୍ପର ବିକାଶ ଗୁଡିକ ଏଲଇଡି ମାଧ୍ୟମରେ ଜନ ସାଧାରଣ ମାନଙ୍କୁ ସଚେତନ କରାଯିବ । ଏହି ଅବସରରେ ବିଭିନ୍ନ ବିଭାଗର ଷ୍ଟଲ ରହିବା ସହ ହିତାଧିକାରୀ ମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ଅଧିକାରୀ ମାନଙ୍କୁ ଭେଟି ଜଣାଇ ପାରିବେ । ଆସନ୍ତା ୧୭ ତାରିଖ ଠାରୁ ଛତ୍ରପୁର ବ୍ଲକର ବିଭିନ୍ନ ପଂଚାୟତରୁ ଏହି ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ ବୋଲି ବିଡିଓ ସୁଶାନ୍ତ କୁମାର ବରାଳ ଅଧ୍ୟକ୍ଷତା କରି ଏହା ସୂଚନା ଦେଇଛନ୍ତି । ଏହା କିପରି ସଫଳ ହୋଇପାରିବ ସେଥି ସକାଶେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗ ଦେଇ ପଂଚାୟତ ପ୍ରତିନିଧି ଓ ଲାଇନ ବିଭାଗର ଅଧିକାରୀ ମାନଙ୍କୁ ଅବଗତ କରାଇଥିଲେ । ଏହି ପ୍ରସ୍ତୁତି ବୈଠକରେ ବ୍ଲକ ଅଧ୍ୟକ୍ଷା କିରଣ କୁମାରୀ ଦାସ, ଉପାଧ୍ୟକ୍ଷ ଏସ୍‌. ସାରଦା ରେଡ୍ଡୀ, ଏବିଡିଓ ଜୟଶ୍ରୀ ନାୟକ. ବ୍ଲକ ଫାଇନାନ୍ସ ଅଧିକାରୀ ଗିରିସ ଚନ୍ଦ୍ର ମହାରଣାଙ୍କ ସମେତ ବହୁ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ