ଆରମ୍ଭ ହେଲା ଅଶୋକ ଦାସ ସ୍ମାରକୀ କ୍ରିକେଟ ପ୍ରତିଯୋଗୀତା
ଯାଜପୁର: ଯାଜପୁର ବାଳାଶ୍ରମ ପଡିଆରେ ଉଦ୍ଘାଟିତ ହୋଇଯାଇଛି ଅଶୋକ ଦାସ ସ୍ମାରକୀ କ୍ରିକେଟ ପ୍ରତିଯୋଗୀତା । ଯାଜପୁର ଜିଲାପାଳ ରଂଜନ କୁମାର ଦାସ ଏହି ପ୍ରତିଯୋଗୀତାକୁ ଉଦ୍ଘାଟନ କରିଥିଲେ । ଉଦଘାଟନି ମ୍ୟାଚ ଆୟୋଜକ ମେଲବୋର୍ଣ୍ଣ କ୍ରିକେଟ କ୍ଲବ କୁ ପରାସ୍ତ କରି ଚରମ୍ପା ଏକାଡେମୀ ବିଜୟୀ ହୋଇଛି । ପ୍ରଥମେ ଚରମ୍ପା ଦଳ ନିର୍ଦ୍ଧାରିତ ଦଳ ନିର୍ଦ୍ଧାରିତ ଓଭରରେ ୨୦୦ ରନ ସଂଗ୍ରହ କରିଥିଲା । ଜବାବରେ ଏମସିସି ଦଳ ୧୮୭ ରନ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଯାଜପୁର ବ୍ଲକ ବିଡିଓ ସୌରଭ ଚକ୍ରବର୍ତି,ପୂର୍ବତନ ପୌରପାଳ ଭବ ପ୍ରସାଦ ଦାସ, ଅୟସକାନ୍ତ ଧଳ ଓ ମନୋଜ ସାହୁ ପ୍ରମୂଖ ଉପସ୍ଥିତ ଥିଲେ । ଏହି ଅବସରରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ଚରମ୍ପା ଦଳକୁ ପୁରସ୍କୃତ କରାଯାଇଥିଲା । ମ୍ୟାଚକୁ ଅମ୍ପାୟାର ଭାବେ ଲଲାଟ କେଶରୀ ନନ୍ଦ ଓ ଶରତ ଜେନା ପରିଚାଳନା କରିଥିବା ବେଳେ ସ୍କୋରର ଭାବେ ସ୍ୱସ୍ତିକ ପହି ଓ ବିଶ୍ୱଜିତ ଦାସ ପରିଚାଳନା କରିଥିଲେ ।


