ଆର୍ଜିପଲ୍ଲି ଠାକୁରାଣୀ ଯାତ୍ରାରେ ବ୍ରହ୍ମାକୁମାରୀସ୍ ତରଫରୁ ଚୈତନ୍ୟ ଝାଙ୍କି ଉଦଯାପିତ

ଛତ୍ରପୁର, (ଦେବଦତ୍ତ ମହାରଣା):ଗୁରୁବାର ଦିନ ଛତ୍ରପୁର ବ୍ଲକ ଆର୍ଜିପଲ୍ଲି ଗ୍ରାମରେ ଚାଲିଥିବା ମା ମୁତିଆଲୁ ପୋଲ୍ଲାମା ଯାତ୍ରା ଅବସରରେ ବ୍ରହ୍ମାକୁମାରୀସ୍ ତରଫରୁ ଚାଲିଥିବା ଚୈତନ୍ୟ ଦେବୀ ମଣ୍ଡପରେ ବିବିନ୍ନ ଚୈତନ୍ୟ ଦେବୀ ଦେବତା ଓ ଈଶ୍ବରୀୟ ସନ୍ଦେଶ ନାଟକ ମନୁଷ୍ୟ ଜନ୍ମର ୮୪ ଜନ୍ମର କାହାଣୀ, କୃଷ୍ନ ସୁଦାମା ଏବଂ ସର୍ବଆତ୍ମାଙ୍କ ପିତା ପରମାତ୍ମାର ଆଜି ଛତ୍ରପୁର ବ୍ରହ୍ମାକୁମାରୀସ୍ ଉପ ସେବାକେନ୍ଦ୍ର ଶାନ୍ତି ଅନୁଭୂତି ଭବନର ସଂଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ବିଜୟାଲକ୍ଷ୍ମୀ ଭଉଣୀ ଓ ଆର୍ଜିପଲ୍ଲି ସଂଚାଳିକା ରାଜଯୋଗିନୀ ଅମ୍ବିକା ଭଉଣୀଙ୍କ ଦ୍ଵାରା ଉଦଯାପନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଛତ୍ରପୁର ସମସ୍ତ ବ୍ରହ୍ମାକୁମାର ଭାଇ ଓ ଭଉଣୀ ମାନେ ଆସି ଏହି ନାଟକ ସବୁ ପରିବେଷଣ କରିଥିଲେ। ନାଟକ ମାଧ୍ୟମରେ ସମସ୍ତ ଅଞ୍ଚଳ ବାସୀଙ୍କୁ ପରମାତ୍ମାଙ୍କ ସନ୍ଦେଶ ଦିଆଯାଇଥିଲା। ବର୍ତ୍ତମାନ ସମୟରେ କିପରି ମନୁଷ୍ୟ ଦୁଃଖୀ ଅଶାନ୍ତିରେ କାଳାତିପାତ କରୁଛନ୍ତି ତାହା ଉପରେ ଏହି ନାଟକ ପରିବେଷଣ କରିବା ସହ କିପରି ଉଦ୍ଧାର ପାଇବେ ତାହା ବିଷୟରେ ବ୍ରହ୍ମାକୁମାରୀ ବିଜୟ ଲକ୍ଷ୍ମୀ ଭଉଣୀ ସମସ୍ତଙ୍କୁ ଜାଗୃତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଆର୍ଜିପଲ୍ଲି ନିକଟସ୍ଥ ଅନେକ ଗ୍ରାମର ସତାଧିକା ଭାଇ ଭଉଣୀ ମାନେ ଆସି ପରମାତ୍ମାଙ୍କ ବରଦାନ କୁ ପ୍ରାପ୍ତ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ