ଆଳୁକୁ ଛାଡି ସବୁ ପନିପରିବା ୫୦ଟଙ୍କା ଉପରେ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଗୋଟିଏ ପଟେ କରୋନା କାୟା ବିସ୍ତାର କରିଥିବା ବେଳେ ଅନ୍ୟ ପଟେ କନ୍ଦାଇଲାଣି ପରିବା ମୂଲ୍ୟ I ପୋଟଳ ଠାରୁ ଆରମ୍ଭ କରି ବାଇଗଣ ,କଲରା ,କାକୁଡି ,ଟମାଟୋ ,ଭେଣ୍ଡି ,ସବୁ ପରିବା ଦର ପଚାଶ ଉପରେ .ସେହିପରି କ୍ୟାପିସିକମଦର ୧୦୦ ଟପିଗଲାଣି I ଏବେ ସାଧାରଣ ଗ୍ରାହକ ଟିଏ ପରିବା ବଜାର କୁ ଗଲେ କେଉଁ ପରିବା କିଣିବ ଚିନ୍ତାରେ ପଡୁଛି I ଏପଟେ ଏବେ ପର୍ଯ୍ୟନ୍ତ ପରିବା ଦର ବୃଦ୍ଧି ରେ ନିସ୍ତାର ନାହିଁ l ଲକ ଡାଉନ ଓ ସଟ ଡାଉନ ହେଉଥିବା ରୁ ବିଭିନ୍ନ ପ୍ରକାର ଅସୁବିଧା ହେଉଛି Iଅନ୍ୟ ପଟେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବୃଦ୍ଧି ଏପଟେ ଗାଡି ମାଲିକ ଗାଡ଼ି ଚଳାଇବା ପାଇଁ ମଧ୍ୟ ଇଛା କରୁ ନାହାନ୍ତି । ଫଳରେ ପରିବା ଦର ଅହେତୁକ ଭାବେ ବୃଦ୍ଧି ପାଉଛି l ଅନ୍ୟ ପଟେ ଗ୍ରାହକ ମାନେ ପରିବା ଘରକୁ ନେଇ ଅସନ୍ତୁଷ୍ଟ ହେଉଥିବା ବେଳେ ରାଜ୍ୟ ସରକାର ଏଥି ପାଇଁ ଦାୟୀ ବୋଲି ସାଧାରଣ ଲୋକ କହିଛନ୍ତି l ପ୍ରଥମେ ଲକ ଡାଉନ ଚାଷୀଙ୍କ ମେରୁ ଦଣ୍ଡ ଭାଙ୍ଗି ଦେଇଥିଲା Iବିଲ ରେ ନଷ୍ଟ ହେଉଥିଲା ପରିବା ,ବିକ୍ରି ବଟା ପାଇଁ ସୁଯୋଗ ନଥିଲା l ଯାହା କିଛି ବଞ୍ଚିଥିଲା ତାକୁ ବିକି ଦି ପଇସା ରୋଜଗାର କରିବା ପାଇଁ ଚିନ୍ତା କରିଥିଲା ଚାଷୀ l ମାତ୍ର ଏହା ପରେ ଏହାର ସିଧାସଳଖ ପ୍ରଭାବ ପଡିଛି ପରିବାବଜାର ଉପରେ l ଚଢା ଦରରେ ବିକ୍ରି ହେଉଛି ସବୁ ପରିବା ପ୍ରଭାବିତ ହୋଇଛି ଗରିବ ଭାତ ହାଣ୍ଡି ଶାଳ l ଗୋଟିଏ ପଟେ କରୋନା ର ଜୀବିକା ଛଡାଇ ନେଇଥିବା ବେଳେ ଏବେ ଭାତ ସାଙ୍ଗରେ ତରକାରୀ ଯୋଗାଡ଼ କରିବା କଷ୍ଟକର ହୋଇପଡିଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ