ଆଶାକର୍ମିଙ୍କୁ ମାଡ ନେଇ : ଉପଜିଲ୍ଲାପାଳ କାଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :ନବଵର୍ଷରେ ମୟୂରଭଂଜ ଜିଲ୍ଲାର ବିଜାତଳା ବ୍ଲକର ରାୟହରି ପଞ୍ଚାୟତର ଯୋଡାଚୁଆ ଗ୍ରାମରେ ଭତ୍ତା ପ୍ରଦାନ ସମୟରେ ଆଶାକର୍ମିଙ୍କ ଦ୍ୱାରା କୋରାନା ଟୀକା ଯାଞ୍ଚ ସମୟରେ କରୋନା ଟୀକା ନେଇ ନ‌ଥିବା ଭତ୍ତା ହିତାଧୀକାରୀ ଓ ଆଶାକର୍ମିଙ୍କ ମଧ୍ୟରେ ବଚସା ନେଇ ଗଣ୍ଡଗୋଳ‌ ହୋଇଥିଲା । ରାସ୍ତାରେ ଆଶାକର୍ମି ସ୍କୁଟିରେ ଯାଉଥିବା ସମୟରେ ଗଣ୍ଡଗୋଳକାରୀ ତାଙ୍କୁ ଅଟକାଇ ଗାଳିଗୁଲଜ ଓ ଠେଙ୍ଗାରେ ମାରପିଟ କରିଥିଲେ । ପ୍ରାଣବିକଳରେ ବୁଢୁନି ଖଣ୍ଡିଆ ଖାବରା ହୋଇ ଦୌଡି ପଳାଇଥିଲେ । ଘଟଣାକୁ ନେଇ ବୁଢୁନି ତାଙ୍କ ବିଭାଗୀୟ ଅଧିକାରୀ ଓ ସଂଘକୁ ଜଣାଇଥିଲେ । ଏହାକୁ ନେଇ ଆଶାକର୍ମି ସଂଘ ତରଫରୁ ଶତାଧିକ ଆଶାକର୍ମି ସୋମବାର ଉପଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟକୁ ପ୍ରତିଡାଦ ରାଲିରେ ଆସି ବିକ୍ଷୋଭ କରିବା ସହ ଉପଜିଲ୍ଲାପାଳ ସରୋଜ ଦାସଙ୍କୁ କାର୍ଯ୍ୟ।ରତ ଆଶାକର୍ମିଙ୍କ ସୁରକ୍ଷା ଓ ଘଟଣାର ବିଶେଷ ତଦନ୍ତ କରି ଆକ୍ରମଣକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟ।ନୁଷ୍ଠାନ ଗ୍ରହଣ କରିବାପାଇଁ ଭାରତୀୟ ମଜଦୁର ସଂଘର ଜିଲ୍ଲାସଭାପତି ନିଗମାନନ୍ଦ ପଟନାୟକଙ୍କ ନେତୃତ୍ୱରେ ଲିଖିତ ଦାଵିପତ୍ର ପ୍ରଦାନ କରିଥିଲେ । ସୂଚନାଯୋଗ୍ୟ ନବଵର୍ଷରେ ରାୟହରି ପଞ୍ଚାୟତରେ ରେସନକାର୍ଡଧାରୀଙ୍କୁ ୧୦୦୦ ଟଙ୍କାଭତ୍ତା ଦିଆ‌ଯାଉଥିଲା । ଭତ୍ତା କେନ୍ଦ୍ରରେ ବିଜାତଳା ବିଡିଓଙ୍କ ନିର୍ଦେଶକ୍ରମେ ଆଶାକର୍ମିମାନେ ଯେଉଁ ହିତାଧିକାରୀମାନେ କରୋନା ଡୋଜ ନେଇ ନାହାନ୍ତି ସେମାନଙ୍କୁ ଚିହ୍ନଟ କରିବା ପାଇଁ ଏବଂ ସେମାନଙ୍କୁ ଭତ୍ତା ୧୦୦୦ଟଙ୍କା ଦିଆଯିବ ନାହିଁ ବୋଲି ମୌଖିକ ସୂଚନା ଦେଇଥିଲେ । ଏହି ଘଟଣାକୁ ନେଇ ଯୋଡାଚୁଆ ଗ୍ରାମର ଆଶାକର୍ମି ବୁଢୁନି ତିରିଆ ସେହି ଗ୍ରାମର ବଗଲା ବାନରା ଓ ମିକି ବାନରା କରୋନା ଟିକା ନେଇ ନ ଥିବାରୁ ଏବଂ ସେମାନଙ୍କୁ ବୁଢୁନି ତିରିଆ ଚିହ୍ନଟ କରିବାରୁ ସେମାନେ ପ୍ରତିଶୋଧ ନେଇଥିଲେ ।ଉପଜିଲ୍ଲାପାଳ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁଣି ଦେବାପରେ ଆନ୍ଦୋଳନକାରୀ ଆନ୍ଦୋଳନରୁ ଓହରିଥିଲେ । ଯଦି ଆଗାମି ୫ ତାରିଖ ସୁଦ୍ଧା ଆକ୍ରମଣକାରୀଙ୍କ ଉପରେ ପଦକ୍ଷେପ ନିଆ ନ ଯାଏ ତାହାହେଲେ ୫ ତାରିଖ ଦିନ କୋଭିଡ କାର୍ଯ୍ୟରେ ସହଯୋଗ କରିବେ ନାହିଁ ବୋଲି ବିଏମଏସ ନେତା ନିଗମାନନ୍ଦ ପଟନାୟକ ଗଣମାଧ୍ୟମକୁ ସୂଚନା ଦେଇଥିଲେ ।
ସରକାର ସମସ୍ତଙ୍କ ପାଇଁ କରୋନା ଟୀକା ପ୍ରଦାନ ପାଇଁ ବ୍ୟବସ୍ଥା କରିଥିବାବେଳେ ଲୋକମାନେ ସହଯୋଗ ନ କରି ଭତ୍ତା କେନ୍ଦ୍ରରେ ଆଶାକର୍ମିଙ୍କ ସହ ଗଣ୍ଡଗୋଳ କରିବା ଭଳି ଘଟଣା ବିଭିନ୍ନ‌ କେନ୍ଦ୍ରରେ ଦେଖିବାକୁ ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ