‘ଆସିବା ପୂର୍ବରୁ ସରପଞ୍ଚଙ୍କୁ ତଥ୍ୟ ଦିଅ’

ଭୁବନେଶ୍ୱର: କରୋନା ଲକଡାଉନ ଯୋଗୁଁ ବାହାର ରାଜ୍ୟରେ ଫସି ରହିଥିବା ପ୍ରବାସୀ ଓଡ଼ିଆମାନେ ଏବେ ଧୀରେ ଧୀରେ ଓଡ଼ିଶାକୁ ଫେରୁଛନ୍ତି । ତେବେ ଅନ୍ୟ ରାଜ୍ୟରୁ ଫେରି ବିନା ପଞ୍ଜୀକରଣରେ କେହି ଘରକୁ ଯାଇପାରିବେ ନାହିଁ । ଗତ ୨୨ ତାରିଖ ଦିନ ଏମିତି ଫତୱା ଜାରି କରିଛନ୍ତି ରାଜ୍ୟ ସରକାର । ଲକଡାଉନ ହଟିବା ପରେ ବାହାର ରାଜ୍ୟରୁ ଯିଏ ଗାଁକୁ ଫେରିବାକୁ ଚାହିଁବେ ତାଙ୍କୁ ନିଜ ସମ୍ପର୍କରେ ପଞ୍ଜୀକରଣ କରିବାକୁ ବାଧ୍ୟତାମୂଳକ କରାଯାଇଛି ।
ତେବେ ପ୍ରବାସୀ ଶ୍ରମିକଙ୍କ ଫେରିବା ପାଇଁ ଆଉ ଏକ ନିମୟ ଯୋଡ଼ା ଯାଇଛି । ପୂର୍ବରୁ ବାହାର ରାଜ୍ୟରୁ ଫେରିବା ପୂର୍ବରୁ ପଞ୍ଜୀକରଣ ଜରୁରୀ ଥିବାବେଳେ ଏବେ ନିଜ ପଞ୍ଚାୟତର ସରପଞ୍ଚଙ୍କୁ ସବୁ ତଥ୍ୟ ଦେବା ଜରୁରୀ ବୋଲି କୁହାଯାଇଛି । ନିଜ ଗସ୍ତ ବିବରଣୀ, କେବେ ପହଞ୍ଚିବେ ସବୁ ତଥ୍ୟ ସରପଞ୍ଚଙ୍କୁ ଦେବାକୁ ପଡ଼ିବ । ପୂର୍ବରୁ ତଥ୍ୟ ନଦେଲେ ଆନୁଷଙ୍ଗିକ ସୁବଧାରେ ଉଣା ରହିପାରେ । ଏନେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଥିବା ମୁଖପାତ୍ର ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ