ଇଞ୍ଜିନିଅର ବିଶ୍ୱଭୂଷଣ ଭୂୟାଁଙ୍କ ପରଲୋକ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ପୂର୍ବତନ ରାଜ୍ୟସଭା ସାସଂଦ ଗୟାଚାନ୍ଦ ଭୂୟାଁଙ୍କ ତୃତୀୟ ପୁଅ କେନ୍ଦ୍ରାପଡା ସହରର ବଡହାଟ ନିବାସୀ ଇଞ୍ଜିନିଅର ବିଶ୍ୱଭୂଷଣ ଭୂୟାଁଙ୍କର ୫୭ବର୍ଷ ବୟସରେ ଭୂବନେଶ୍ୱରସ୍ଥିତ ଏକ ଘରୋଇ ହସପିଟାଲରେ ମଙ୍ଗଳବାର ପରଲୋକ ହୋଇଯାଇଛି । କୋଭିଡ ନିୟମ ଅନୁଯାଇ ତାଙ୍କ ମର ଶରୀରକୁ ଭୂବନେଶ୍ୱରରେ ଦାହ କରାଯାଇଥିବା ଜଣାପଡିଛି । ସେ ଜଣେ ପରୋପକାରୀ ଓ ମେଳାପି ମଣିଷ ଥିଲେ । ବାଲାବାବା କ୍ରୀକେଟ କ୍ଲବ ଠାରୁ ଆରମ୍ଭକରି ବିମ୍ବଳେଇ ଠାକୁରାଣି ପରିଚାଳନା କମିଟି ଓ କାକଟ ମଙ୍ଗଳା କ୍ଲବର ସେ କର୍ମକର୍ତ୍ତା ଥିଲେ । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ କେନ୍ଦ୍ରାପଡା ସହରରେ ଶୋକର ଛାୟା ଖେଳି ଯାଇଛି । ସୂର୍ଗତ ଭୂୟାଁ ଡେରାବିଶି, ପଟ୍ଟାମୁଣ୍ଡାଇ, ଆଳି, କନିକା ଓ ରାଜନଗର ପ୍ରଭୃତି ବ୍ଲକରେ ଜଣେ ଲୋକପ୍ରୀୟ ଇଞ୍ଜିନିଅର ଭାବରେ ତାଙ୍କର ଯଥେଷ୍ଟ ସୁନାମ ଥିଲା । ସୂର୍ଗତ ଭୂୟାଁଙ୍କର ଏକମାତ୍ର ଝିଅ ବୈଷ୍ଣବୀ ଓ.ୟୁ.ଏ.ଟି.ର ଛାତ୍ରୀ । ତାଙ୍କ ବିୟୋଗରେ ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେଉରା, ଜିଲ୍ଲା ପ୍ରତିଭା ପୂଜା ସଂସଦ ସଭାପତି ପ୍ରଦିପ କୁମାର ମହାନ୍ତି, ପୂର୍ବତନ ନଗରପାଳ ଧିରେନ ସାହୁ, ମହମ୍ମଦ ଆକବର ଅଲ୍ଲୀ, ବିଜେଡି ନେତା ରଞ୍ଜିତ କୁମାର ସାହୁ, ବିଦ୍ୟୁତରଞ୍ଜନ ନାୟକ, ଗୋଲଖ ଚନ୍ଦ୍ର ପଢିହାରୀ, ନାରାୟଣ ସାହୁ, ଲକ୍ଷ୍ମୀକାନ୍ତ ନାୟକ, ପ୍ରଫୁଲ୍ଲ କୁମାର ସାହୁ, ଚିତ୍ତରଞ୍ଜନ ଦାସ, ଆଇନଜୀବି ପରମେଶ୍ୱର ଭୂୟାଁ, ସୁଶାନ୍ତ ସାହୁ , କଂଗ୍ରେସ ନେତା ପ୍ରଫୁଲ୍ଲ ଦାସ ଏବଂ ପ୍ରଫୁଲ୍ଲ ମହାନ୍ତି ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ