ଇଟା ବୋଝେଇ ଟ୍ରାକ୍ଟର ଓଲଟି ଜଣେ ମୃତ;୩ଗୁରୁତର
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା) :ଗଜପତି ଜିଲ୍ଲାର ରାୟଗଡ ବ୍ଲକର କଞ୍ଚିମୁଣ୍ଡା ଠାରୁ ସରଗଲ ଗ୍ରାମ ମଧ୍ୟରେ ଥିବା ଏକ ପାହାଡିଆ ବୁଲାଣିଆ ଗଡାଣୀ ରାସ୍ତାରେ ଭାରସାମ୍ୟ ହରାଇ ଏକ ଇଟା ବୋଝେଇ ଟ୍ରାକ୍ଟର (ଓଡି ୨୦/୫୮୮୩) ଗତକାଲି ଓଲଟି ପଡିଲା । ଏଥିରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ଜଣ ଶ୍ରମିକ ଗୁରୁତର ହୋଇଛନ୍ତି । ଟ୍ରାକ୍ଟର ଡାଲାରେ ଥିବା ଇଟା ଗୁଡିକୁ ଅନ୍ଲୋଡ୍ କରିବା ପାଇଁ ଶ୍ରମିକମାନେ ବସିଥିଲେ । ହଠାତ୍ ଟ୍ରାକ୍ଟର ଓଲଟିବା ଯୋଗୁଁ ଇଟା ଗୁଡିକ ସେମାନଙ୍କ ଉପରେ ଲଦି ହୋଇଗଲା । ଅଞ୍ଚଳର ଲୋକେ ପହଞ୍ଚି ଏମାନଙ୍କୁ ଉଦ୍ଧାର କରି ରାୟଗଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ । ରାୟଗଡ ଡାକ୍ତର ଏମାନଙ୍କ ଅବସ୍ଥା ଗୁରୁୁତର ଥିବାରୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିଲେ । ପାରଳା ଡାକ୍ତରଖାନାରେ ଚିକିତ୍ସା ଚାଲିଥିବା ବେଳେ ଦୀପକ ଭୁୟାଁ (୨୫)ଙ୍କ ମୃତ୍ୟୁ ଘଟିଥିଲା । ଅନ୍ୟ ୩ଜଣ ଶ୍ରମିକ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ରାୟଗଡ ଥାନାରେ ଏ ନେି ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ଜଣାପଡିଛି ।


